STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଈଶ୍ୱରୀ

ଈଶ୍ୱରୀ

1 min
189


ମୁଁ ଚାହେଁ ଆଜି, କେବଳ ଆମ ପୃଥିବୀ ଆମ କଥା

ଯାହା ତୁମେ ଟେକିଦେବ ମୋରି ହାତରେ,ଦେବ..!?


ଜାଣେ ଏକମାତ୍ର ନାରୀ କେବଳ ତୁମେ ଯେ ମୋ ବିନା 

ଚିହ୍ନେନା ଦୁନିଆ 

ତେବେ ନିସଂକୋଚେ ଯାଚିଦିଅ ଏମିତି ଆକାଶ 

ଯେ ପ୍ରତିଫଳିତ ହେବ ଆଖିରେ,

ମୋ ସ୍ୱପ୍ନକୁ ଉଡିବାକୁ ଅନୁମତି ଦେବ ତାରା ହୋଇ..!!


ଦିଅ,ଏମିତି ନିଃସର୍ତ୍ତ ପ୍ରେମ ଯେ ପ୍ରତିଦାନ ବିନା ଛୁଇଁଯିବ ହୃଦୟ

ମୁଁ କାଗଜ ଡଂଗା ପରି ଭାସିବୁଲିବି ତା' ମୃଦୁ ଚୁମ୍ବନରେ..!!


ଦିଅ,ଏମିତି ସମ୍ମୋହନୀ ମାଟି ଯେ ଉଡ଼ିବାକୁ ବିଶ୍ୱାସ ମନ୍ତ୍ର ଫୁଙ୍କି

ଜାବୁଡ଼ି ଧରିବ ବାଟଭୁଲା ପକ୍ଷୀ ପାଦ,

ଏମିତି ପ୍ରଦୂଷଣ ମୁକ୍ତ ପବନ ଯା' ଛାତି ତରଂଗରେ ମୋ ଶବ୍ଦ

ଉଡେଇ ଦେବ ରଙ୍ଗ ବେରଙ୍ଗ କବିତା ବିହଙ୍ଗ..!!

(ଯଦିଓ ଶବ୍ଦ କେବଳ ମୋର ନୁହଁ)


ଦିଅ,ଏମିତି ପୁନର୍ଜନ୍ମଟିଏ ଯେ ସଂଜୟ ପରି ଦେଖିପାରି 

ବିନା ଦ୍ୱିଧାରେ ଦେଖେଇପାରିବ ସବୁ ଧର୍ମ ଅଧର୍ମ ମାର୍ଗ ,

ଦେବ..!?


ଦେବ ଈଶ୍ୱରୀ ଆଜି ଏମିତି ପୃଥିବୀଟେ ମୋରି ହାତରେ..!? 

ଦିଅ..!!


ଜାଣେ ଇଚ୍ଛିଲେ ପାରିବ, କେବଳ ଏକମାତ୍ର ଦେବୀ ତୁମେ 

ଯେ ପୃଥିବୀକୁ ପୃଥିବୀ କ'ଣ, ଭିନ୍ନ ସ୍ୱର୍ଗଟିଏ ଯାଚିପାରେ..!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍