STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଈଶ୍ୱର

ଈଶ୍ୱର

1 min
228


ତୁ ବି ମରିବୁ ମୁଁ ବି ମରିବି

କେହି ନାହିଁ ଜିଇଁ ରହି

ସମୟ ଆସିଲେ ନିର୍ଧାରଣ ହେବ

ଏ ଯୁଗ ଭୌତିକ ଭୂଇଁ ।।


ତୁ ତୋର ତୋର ମୁଁ ମୋର ମୋର

ଏହିତ ବିଧାନ ଘଣ୍ଟି

ଅଜାଣୁଆ ଆସି ଫାଶ ପକେଇବ

ଗଣ୍ଠିଲିଟି ଯିବ ଫିଟି ।।


ଚିଜ ଗଢିଲେ ଭାଙ୍ଗିବା ନିତାନ୍ତ

ସମୟର କଥା ଫର୍କେ

ପୁନ୍ୟ କରିଥିଲେ ବୈକୁଣ୍ଠ ପାଇବୁ

ପାପେ ଯିବୁ ଅହୀନର୍କେ ।।


ନାହିଁ ଜନ୍ମ ନାହିଁ ମୃତ୍ୟୁ ଆତ୍ମାର

ନାହିଁ କୁଳ ନାହିଁ ଜାତି

କେବଳ ପିଣ୍ଡ ଭୂଇଁ ଖାଇଯିବ

ପୋଡ଼ିଦେବେ ରାତାରାତି ।।


ଲାଳଶା ରହୁଛି ମାୟା ମୟ ଏହି

ମଶାଣି ଜୁଇ ର ଭୂଇଁ

ମଲା ମଲା ବୋଲି ମୁଣ୍ଡ କୋଡ଼ି ହେବେ

ମଲା ଗଲା ନାହିଁ ଜିଇଁ ।।


ସକଳବ୍ରହ୍ମ ଜୀବନ ମଧ୍ୟରେ

ମାଧ୍ୟମେ ତାହାର ଗତି

ଜିଇଁ ଥିଲାବେଳେ କୃତି କରିଥିଲେ

ମରଣତ୍ତୋରରେ ଶ୍ୟାନ୍ତି ।।


ଜପିବାର ଥିଲେ ଜପେ ଗୁରୁ ନାମ

କୀର୍ତ୍ତନରେ ମିଳେ ଧନ

ଧନ ଓ ଜୀବନ କ୍ଷଣିକ ମାତର

କହି ଦେଉଅଛି

ଯାହା କର ତୋର ମନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍