ଇଏ ପ୍ରକୃତ ହିଁ ପ୍ରେମ ।
ଇଏ ପ୍ରକୃତ ହିଁ ପ୍ରେମ ।
ପଶୁ ହେଉ ଅବା ପକ୍ଷୀଟିଏ ହେଉ,
ହେଉ ବା ମଣିଷ ଜାତି ।
ଯାହା ଶରୀରରେ ରହିଛି ଜୀବନ,
ସଭିଙ୍କର ଥାଏ ପ୍ରୀତି ।।
ପ୍ରୀତି ମାନେ ପରା ଭଲପାଇବାଟା,
ଐଶ୍ୱରୀୟ ଅଟେ ଏହା ।
ସେହି ପ୍ରୀତି ପୁଣି ଖୋଜଇ ପ୍ରୀୟକୁ,
ପରଲୋକେ ଯାଇ କାୟା ।।
ଇହଲୋକ ତେଜି କେହି ଯେବେ ଯାଏ,
ପରଲୋକେ ଏକାଏକା ।
ନିଜ ଲୋକଟିକୁ ଆସେ ନେବା ପାଇଁ,
ଯମର ପଡିଲେ ଡକା ।।
ଲୋଭ ମାୟା ତା'ର ସଂସାରୁ ନ ଛାଡେ,
ମନ ଥାଏ ପ୍ରୀୟ ପାଖେ ।
ତେଣୁ ଘୁରିବୁଲେ ଆଶରୀରୀ ହୋଇ,
ପ୍ରୀୟକୁ ନଜର ରଖେ ।।
ମର୍ତ୍ତ୍ୟରେ ବଞ୍ଚିଛି ସାଥି ସାଥେ ଯେଣୁ,
ତାକୁ ନେବ ସ୍ୱର୍ଗ ଧାମ ।
ସାଥି ହୋଇ ପୁଣି ବଞ୍ଚିବେ ସ୍ୱର୍ଗରେ,
ଇଏ ହିଁ ପ୍ରକୃତ ପ୍ରେମ ।।
