STORYMIRROR

sasmita sahoo

Others

3  

sasmita sahoo

Others

ଇଏ କ’ଣ ମୋ’ ଗାଁ

ଇଏ କ’ଣ ମୋ’ ଗାଁ

1 min
19.1K



ନାହିଁ ଆଉ ସେହି ଗାଁ ବର ଗଛ

ନାହିଁ ଆଉ ଦାଣ୍ଡ ଧୂଳି ,

କଂକ୍ରିଟ ରାସ୍ତା ଲମ୍ବି ଯାଇ ଅଛି

ନାହିଁ ଆଉ ସେହି ଗଳି II

ନାହିଁ ଆଉ ସେ ଆମ୍ବ ତୋଟା ପୁଣି

ନାହିଁ ଆଉ ନଈପଠା,

ନାହିଁ ଆଉ ସେ ଧାନ ବିଲ ପୁଣି

ନାହିଁ ଗାଈଆଳ ଟୋକା II

ନାହିଁ ଆଉ ସେହି ମାଟି ଚାଳଘର

କୋଠା ମିଳେ ଧାଡି ଧାଡି ,

ଘରେ ଘରେ ଥୁଆ ବ୍ରାଣ୍ଡେଡ କାର

ନାହିଁ ସେ ଶଗଡ଼ ଗାଡି II

ନାହିଁ ଆଉ ସେହି ଭାଗବତ ଟୁଙ୍ଗି

ନାହିଁ ତା ବାରଣ୍ଡା ଆଉ ,

ତାସ ଖେଳ ବି ଆଉ ଦେଖା ନାହିଁ

ମୋବIଈଲ ଖାଏ ଭାଉ II

କୁଣିଆ ଆସିଲେ ନାହିଁ ପାଦ ଧୁଆ

ନାହିଁ ଗଛ ଲେମ୍ବୁ ପାଣି ,

ନାହିଁ ଆଉ ସେହି ଦହି ସରବତ

ଦିଅନ୍ତି ଥାଂପ୍ସ ଅପ ଆଣି II

ନାହିଁ ଆଉ ସେହି ବାଡି଼ ଘର ଶାଗ

ସଜନା ବେସର ,ଘାଣ୍ଟ,

ଚିଲି ପନିରକୁ ଚିକେନ ପକୋଡା

ଚାଉମିନି ତାଙ୍କ ଥାଟ II

ନାହିଁ ଆଉ ସେହି ନାଲି ଚାହା ଚୁଡା

କଫି ସୁପ ଘରେ ଘରେ ,

ପରଠାକୁ ଭୁଲି ପିଜା ଖାଇଲେଣି

ପିଠା ପଣା ଥାଉ ଦୂରେ II

ନାହିଁ ଆଉ ସେହି ତୁଣ ଦିଆନିଆ

ଭାବ ବି ଗଲାଣି ଥମି ,

ଯେଝା ଘରେ ଯେଝା ଖା’ନ୍ତି ବସିକି

ପଡୋଶୀ ଗଲେଣି କମି II

ବରା ପିଅIଜି କି ଗୁଲୁଗୁଲା ଆଉ

ନାହିଁ ଗାଁ ଦୋକାନରେ ,

ମନଚୁରିଆନ କୁ ବିରିଆନୀ ଏଠି

ମିଳେ ଏବେ ରାସ୍ତା ଧାରେ II

ଗାଁ ହଜିଗଲା ସହର ଭିତରେ

ସହର ମିଳେ ଗାଁରେ,

ମା ' ଡାକ ଆଉ ଶୁଭୁ ନାହିଁ ଏଠି

ମମି ଡାକ ଘରେ ଘରେ II

ସହରର ଛାପ ମୋ ଗାଁ ରେ ପଡି

ଲାଗୁଛି ପୁରା ନିଆରା

ଛାଡି ଯାଇଥିଲି ଯେଉଁ ଗାଁ ଦିନେ

ବଦଳି ଯାଇଛି ପୁରା II

ଆଧୁନିକତାର ପବନ ବାଜିଛି

ଆଗ ଗାଁ ହେଇ ନାହିଁ,

ତଥାପି ମୁଁ ଭଲ ପାଉଛି ପାଇବି

ସେ ପରା ମୋ ଜନ୍ମ ଭୂଇଁ II


ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍