STORYMIRROR

Tankadhar Majhi

Others

3  

Tankadhar Majhi

Others

ଇଛା

ଇଛା

1 min
199

ଇଛା,

ଦୌଡ଼ି ଯାଏ ତୋ ଅଗଣା ଗଛ ଛାଇକୁ

ତୁ କେବେ କହିଛୁ କି ଏକାନ୍ତରେ ??

ମତେ ନ କହି ନିଜ ବାଟ ବାଛିବାକୁ 

ବୋଧେ ଏକଥା କାହାକୁ ବି ଜଣା ନାହିଁ 

ହଠାତ ଏ ଲକ୍ଷଣ ବିସ୍ମିତ କଲା ପରେ 

ସାରା ଅବୟବ ପ୍ରକମ୍ପିତ ହେଲା !!

ମୋ ଇଛା ଟିକେ ଦୁଷ୍ଟ ବୋଲି 

ଅନୁଭବ କରୁ କରୁ ବୁଝି ଗଲି 

ସେ ପରଦେଶୀ ହେବା ଉପରେ 

ତୋ ବଗିଚାରେ ନୀଡ଼ ରଚନା କରୁଛି 

ଯୌବନ ନଇଁରେ କାତ ଧରି...

ସେ ଖୁସିରେ ଥିବ ବୋଲି ଭାବିଲି 

ହେଲେ ସେ ଲମ୍ପଟ ଲୁହରେ ଭିଜିଛି 

ପ୍ରତାରଣାର ଜ୍ବଳା ତା ଦେହରେ ଜଲୁଛି

ସେ ଡ଼ରରେ ନୀରବ ବସ୍ତୁଟିଏ ହୋଇଛି 

ତୁମେ ବୁଝାଅ ଝାଉଁଳି ଥିବା ଗୋଲାପକୁ 

ମୁଁ ବୁଝାଇ ଦେବି ମୋ ପ୍ରିୟ ଇଛାଟିକୁ

ପୁଣି ମୂଳରୁ ପ୍ରେମ କାହାଣୀଟି ଗଢିବା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍