STORYMIRROR

subrat kumar jena

Others

3  

subrat kumar jena

Others

ଇଚ୍ଛା ଥିଲା ତୁମ ସାଥେ ଗଢ଼ିବାକୁ

ଇଚ୍ଛା ଥିଲା ତୁମ ସାଥେ ଗଢ଼ିବାକୁ

1 min
192

ଇଚ୍ଛା ଥିଲା ଗଢ଼ିବି.......

ତୁମ ସାଥେ ଏମିତି ଏକ ଝାଟି ମାଟିର ଘର

ଯେଉଁଠି ଶାନ୍ତି ବିରାଯୁଥିବ ସଦା ନିରନ୍ତର

ସେଇ ଘରେ ନା ଥିବ କପଟର ବିଚରଣ

ନା ଘୋଟୁଥିବ ଅବିଶ୍ୱାସ ର କଳା ବାଦଲ

ଚାରି ଆଡେ଼ ଖାଲି ମହୁକୁଥିବ ଆପଣା ଆପଣାର ବାସ୍ନା

ସକାଳର ପହିଲି ସୂର୍ଯ୍ୟ କରୁଥିବ ସ୍ବାଗତ ଆମକୁ

ପକ୍ଷୀର କାକଳି ଆଉ ମନ୍ଦିରର ଘଣ୍ଟି ଶବ୍ଦେ

ବେଦ ଧ୍ବନିରେ ପ୍ରକମ୍ପିତ ହେଉଥିବ ଚଉଦିଗ

ନଦୀ ଗାଉ ଥିବ ସଦା ମିଳନ ସଙ୍ଗୀତ

     ଦୂର ତାଳବଣୁ ସେପାଖେ ମାମୁ ଘର ଗାଁ ଦିଶୁଥିବ

     ପାହାଡ ନ ହେଲା ନାହିଁ ଛାମୁଣ୍ଡାଟିଏ ଘର ପାଖେ ଥିବ

     କେବେ କେବେ ଉଦାସୀ ମନକୁ ବୁଝାଇବାକୁଯାଇ

     ଘଣ୍ଟେ ଅଧ ଘଣ୍ଟାଏ ତା ଉପରେ ବସି ଗଲେ 

     ବୁଝି ଯିବ ସବୁ କ୍ଲେଶ ଆଉ ବାଧା

     ଆଉ କଣ ଯେ ଲୋଡା ମୋତେ

     ସ୍ବର୍ଗ ସମ ସୁଖ କଣ ଜାଣେବା କିଏ?

     ଖାଲି ଯାହା ଶୁଣିବା ହୋଇଛି ଛାର

 ତୁମ ସହ ମିଶି ଗଢିବି ଏକ ଛୋଟ ବଗିଚା

ଯେଉଁଠି ପ୍ରତିଦିନ ଫୁଲ ପାଉଥିବ ଆଘାତ

ରଙ୍ଗ ବେରଙ୍ଗର ଦୁଷ୍ଟ ପ୍ରଜାପତି ର ମଧୁର ଚୁମ୍ବନରେ

ପ୍ରତି କ୍ଷଣ ଲାଜେଇ ଯାଉଥିବ ଲାଜକୁଳି ଲତା

ଆମ ପ୍ରୀତିର ଆସର କୁ ଦେଖି

ଆଉ ଜହ୍ନ ଗାଉଥିବ ତାରା ହସୁଥିବେ ଛୁପି ଛୁପି

ପବନ ବି ଧରୁଥିବ ତାଲ୍ ମାଦଲ୍ ରେ

ଦୂରୁ ବହୁ ଦୂରୁ କ୍ଷୀଣ ଶୁଭୁ ଥିବ

ସେଇ ଅଭୁଲା ଗୀତ ରୁ ପଦେ ପଦେ..

     ନିଦ ଭରା ରାତି ,ତୁମେ ନାହଁ ସାଥି

     ଏକା ଏକା ଭଲ ଲାଗେନା........

     ଅବା 

     ଜହ୍ନ ଆମକୁ ଲୁଚି ଦେଖୁଛି

     ଲୁଚି ଲୁଚି ଆମ କଥା ଶୁଣୁଛି.........

ଇଚ୍ଛା ଥିଲା ଜୀବନର ଶେଷ ନିଃଶ୍ୱାସ ତେଜିବାକୁ

ତୁମରି କୋଳରେ,ତୁମ ବାହୁ ବନ୍ଧନୀରେ

ତୁମ ସହ ବିତାଇବାକୁ ପ୍ରତିଟି ରାତ୍ରି ଆଉ ଦିନକୁ

ତୁମ ସହ ସହଯାତ୍ରୀ ହେବାକୁ 

ମୃତ୍ୟୁର ସେ ଅସ୍ୱାଦୁ ସ୍ଵାଦ ଚାଖିବା ପ୍ରଜ୍ୟନ୍ତ୍

ତୁମେ ଖାଲି ମୋର ମୁଁ ଖାଲି ତୁମରି ହୋଇ ରହିବାକୁ

ପ୍ରତିଟି ସୁଖରେ ଦୁଃଖରେ ତୁମ ପାଦ ସହ ପାଦ ମିଳାଇ ଚାଲିବାକୁ.....

ଇଚ୍ଛା ଥିଲା ମୋର ତୁମ ସାଥେ ଗଢ଼ିବାକୁ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍