STORYMIRROR

Puspanjali Panda

Others

4  

Puspanjali Panda

Others

ହୁକିଟୋଲା

ହୁକିଟୋଲା

1 min
379


ନୀଳ ସମୁଦ୍ରର ଲୁଣିଆ ପାଣିରେ

ହୁଲି ଡ଼ଙ୍ଗା ଭାସିଯାଏ

କୂଳ ଠାରୁ କିଛି ଆଗକୁ ଚାହିଁଲେ

ଦୀପ ଟିଏ ଦେଖାଯାଏ ।

ସରଗ ସୁଷମା ନାହିଁ ତା ଉପମା

ସମୂଦ୍ର ମଝିରେ ଘର

କିଏ ଗଢ଼ି ଥିଲା କିଏ ରହୁଥିଲା

ପୃଷ୍ଠା ସେ ଇତିହାସର।

କୋଠା ଦିଶୁଥାଏ ସପନ ଭଳିଆ

ଲୁଣି ଜଙ୍ଗଲ ପାଚେରୀ

ସୁଲୁସୁଲୁ ବାଆ ନାଚୁଥାଏ ନାଆ

ଆହାଃ କି ରୂପ ମାଧୁରୀ।

ଇଂରେଜ ନିଜର ସୁବିଧା ପାଇଁ କି

ବନ୍ଦର ତୋଳଇ ଥିଲେ

ଖାଦ୍ୟଶସ୍ୟ ଏଠି ରଖି ବା ପାଇଁ କି

ଗୋଦାମ ଘର ଟି କଲେ।

ବର୍ଷା ପାଣି ସଞ୍ଚି ରଖିବା ପାଇଁ କି

ଛାତ ହେଲା ଉପକାରୀ

ବର୍ଷା ଜଳ ସବୁ ସାଇତା ହବାର

ହୁକିଟୋଲା କାରିଗରି।

ଗୋରା ଶାସକଙ୍କ ଶୋଷଣ ଶାସନ 

କଳାଲୋକ ଏଠି ବନ୍ଦୀ

ଜଗୁଆଳୀ ହୋଇ ସମୟ ସାରିବା

ସବୁ ଥିଲା ତାଙ୍କ ଫନ୍ଦି।

ହୁକି ୱକର ସେ ଇଞ୍ଜିନିୟର ଯା

ନାମେ ହେଲା ହୁକିଟୋଲା

ସାମୁଦ୍ରିକ ଝଡ଼ ସଵୁ ଭାଙ୍ଗିଦେଲା

ପୋତାଶ୍ରୟ ପୋତିହେଲା।

ବଙ୍ଗୋପସାଗର ଲୁଣିପାଣି ଢେଉ

ବନ୍ଦର କୁ ଖାଇଗଲା

ଇଂରେଜ ଙ୍କ ପରେ ଭଗ୍ନ ସ୍ତୁପ ହୋଇ 

ହୁକିଟୋଲା ରହିଥିଲା।

କିଛି ଅନୁରାଗ କିଛି ଅନୁଦାନ 

ରାଜ୍ୟ ସରକାର ଦେଇ

ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେଲେଣି

ବତୀଘର ସାକ୍ଷୀ ହୋଇ।

ଅକଳନ ଏହି ଶିଳ୍ପ ର ଚାତୁରୀ

ସମୂଦ୍ର ରାଜ ଉଆସ

ହୁକିଟୋଲା କୋଠା ହାତଠାରି ଡାକେ

ଆସ ପର୍ଯ୍ୟଟକ ଆସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍