ହସର ଆଲୋକ
ହସର ଆଲୋକ
1 min
167
ହସର ଆଲୋକ ପଡିଯାଏ ଯେବେ
ଦୁଃଖଭରା ଅଗଣାରେ
ଜହ୍ନ ପରି ଛନଛନ ହୁଏ ମନ
ଯନ୍ତ୍ରଣାର ଜଉଘରେ ।।
କାରାବାସ ବେଡି ଖୋଲିଯାଏ ଆପେ
ମନ କାହ୍ନୁ ଜନ୍ମ ନିଏ
ସବୁ ବାଧାବିଘ୍ନ ଅପସରି ଦେଖ
ନୂତନ ପ୍ରଭାତ ହୁଏ ।।
ପ୍ରେମ ଚଉପଦୀ ହୃଦୟ ଯେ ଗାଏ
ମନର ନନ୍ଦନ ବନେ
ଚିନ୍ତା ଛାଡି କେକୀ ଟେକି ଦେଇ ପୁଛ
ନାଚଇ ହସର ତାନେ ।।
