STORYMIRROR

Padmalaya Mishra

Others

3  

Padmalaya Mishra

Others

ହସର ଆଲୋକ

ହସର ଆଲୋକ

1 min
171

ହସର ଆଲୋକ ପଡିଯାଏ ଯେବେ

ଦୁଃଖଭରା ଅଗଣାରେ

ଜହ୍ନ ପରି ଛନଛନ ହୁଏ ମନ

ଯନ୍ତ୍ରଣାର ଜଉଘରେ ।।


କାରାବାସ ବେଡି ଖୋଲିଯାଏ ଆପେ

ମନ କାହ୍ନୁ ଜନ୍ମ ନିଏ

ସବୁ ବାଧାବିଘ୍ନ ଅପସରି ଦେଖ

ନୂତନ ପ୍ରଭାତ ହୁଏ ।।


ପ୍ରେମ ଚଉପଦୀ ହୃଦୟ ଯେ ଗାଏ

ମନର ନନ୍ଦନ ବନେ

ଚିନ୍ତା ଛାଡି କେକୀ ଟେକି ଦେଇ ପୁଛ

ନାଚଇ ହସର ତାନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍