ହସ ଲୁହ
ହସ ଲୁହ
1 min
249
ନାହାନ୍ତି ସନ୍ତାନ ଦୁଃଖିତ ମୋ ମନ
କଲା କେହି ଅକରୁଣା
ଯେବେ ଭାବି ବସେ ମନକୁ ମୋ ଆସେ
ଭକତି ହେଲାକି ଊଣା।
ଜଗତ କରତା ଦଇବ ବିଧାତା
କରନ୍ତି ଜାଣନ୍ତି ସବୁ
ଜୀବନ ତରଣୀ ନାଉରୀ ସାଜନ୍ତି
ପାରି କରିଥାନ୍ତି ଭବୁ।
ଭାଗ୍ୟ ରବି ଆମ ହେଲାକି ଉଦୟ
ସଦୟ ଜଗତ ପ୍ରଭୁ
ମୋ ସାନ ଭାଇର ସୁପୁତ୍ର ଜନମ
ଲକ୍ଷେଶ୍ବରଙ୍କର ବିଭୁ।
ଦୁଃଖ ସାଗରରେ ସୁଖର ତରଣୀ
ଅଶ୍ରୁ ସୁଖର ସଙ୍ଗମ
ଧନ୍ୟ ମହାପ୍ରଭୁ ତୁମେହିଁ ତ ସବୁ
ମହୀରେ ଶୁଭେ ସୁନାମ।
ତୁମ ପାଦପଦ୍ମେ ଭକତି ଲୋତକେ
ଜଣାଏ ଯୋଡି ମୋ କର
ଦୁଃଖ ସାଥେ ସାଥେ ସୁଖ ଦେଉଥାଅ
ଏତିକି ମାଗୁଣି ମୋର।
