ହରେକୃଷ୍ଣକରୋଣା ଖାଏ ପ୍ରାଣ
ହରେକୃଷ୍ଣକରୋଣା ଖାଏ ପ୍ରାଣ
ହରେକୃଷ୍ଣ ହରେକୃଷ୍ଣ
ଘର କୋଣେ କଟେ ଦିନ
କରୋଣା ଭୟରେ
ମୁହଁ ଲୁଚେଇରେ
ନିଜ ସାଥେ କରେ ରଣ
ହରେକୃଷ୍ଣ ହରେକୃଷ୍ଣ ।
ନିର୍ଦ୍ଦୟ କରୋଣା ବିଦାରେ ହୃଦୟ
ଦିଗ ଚଉଦିଗେ ରଚଇ ପ୍ରଳୟ
ନିସ୍ତାର ପାଇଁକି
ଜଗତ ଅସ୍ଥିର
ହଜିଯାଏ ବୁଦ୍ଧି ଜ୍ଞାନ
ହରେକୃଷ୍ଣ ହରେକୃଷ୍ଣ।
କରୋଣାଠୁ ବେଶି ଘରଣୀଙ୍କୁ ଡର
ରାତି ପାହୁପାହୁ ମାଡି ଆସେ ଜର
ମେଘ ଘଡଘଡି
କରନ୍ତି ସେ ରଡି
ନିଇତି ଖାଆନ୍ତି ପ୍ରାଣ
ହରେକୃଷ୍ଣ ହରେକୃଷ୍ଣ ।
ଖଟି କୁ ତ ଆଉ ଯାଇ ହେଉ ନାହିଁ
ମନ ଦରଜକୁ ମାରି ହେଉ ନାହିଁ
ପାରୁନି ମୁଁ ଖସି
ପାରୁନି ମୁଁ ହସି
ଧିକ ମୋ ପୁରୁଷ ପଣ
ହରେକୃଷ୍ଣ ହରେକୃଷ୍ଣ ।
କେତେ ବସିବସି ଟିଭି ମୁଁ ଦେଖିବି
ମୋବାଇଲ ଧରି କେତେ ମୁଁ ଗପିବି
ବେଳ ସରୁ ନାହିଁ
ନିଦ ହେଉ ନାହିଁ
ବାହାରୁଛି କେତେ ଖୁଣ
ହରେକୃଷ୍ଣ ହରେକୃଷ୍ଣ ।
ଘରଣୀ ମୋ ନିତି ତାଗିଦା କରନ୍ତି
ଧ୍ୟାନ ଦିଅ ଧନ ସ୍ବଛ୍ଛତାର ପ୍ରତି
ସତର୍କ ରହିଲେ
ହୋଇବ ନିଶ୍ଚୟ
ସ°କ୍ରମଣ ନିୟନ୍ତ୍ରଣ
ହରେକୃଷ୍ଣ ହରେକୃଷ୍ଣ ।