STORYMIRROR

Anam Charan Sahoo

Others

4  

Anam Charan Sahoo

Others

ହୃଦୟର ଡାକ

ହୃଦୟର ଡାକ

1 min
486


କିଏ ଚାହେଁ ପଢି ହୋଇବ ମଣିଷ

ଖେଳ ଅଟେ ପ୍ରିୟ କା'ର

କିଏ ଖୋଜେ ପୁଣି ବହି ପରି ସାଙ୍ଗ

ଅଗାଧ ଜ୍ଞାନ ସାଗର ।

କବିତା ଲେଖିବା କାହାକୁ ପସନ୍ଦ

ଶବ୍ଦକୁ ଶବ୍ଦରେ ଗୁନ୍ଥି

ଅଙ୍ଗରେ ତାହାର ଭାବର ପ୍ରକାଶ

ଜ୍ଞାନକୁ ଜ୍ଞାନରେ ମନ୍ଥି ।

ମୋଟର ଚାଳନା କରିଥାଏ କିଏ

ଆନନ୍ଦ ଲଭିବା ପାଇଁ

ପାଦରେ ଘୁଙ୍ଗୁର ପିନ୍ଧି ପୁଣି କେହି

ନାଚ କରେ ଗୀତ ଗାଇ ।

ସଙ୍ଗୀତ ଶ୍ରବଣ ମନେ ଶିହରଣ

କରେ ପୁଣି କେଉଁ ଜନ

ଚାରା ଜଗିଥାଏ ମାଳି ସାଜି କେହି

କରେ କିଏ ସେବା ପଣ ।

ସଭିଙ୍କର ଲକ୍ଷ୍ୟ ଜୀବନେ ଆନନ୍ଦ

ଅନୁଭବ ସାଉଁଟିବା

ଯେତେ ଦିନ ଥିବା ମହୀରେ ସଜ୍ଜନ

ସୁଖଦୁଃଖ ବାଣ୍ଟିଯିବା।


Rate this content
Log in