ହୃଦୟ-ନିଆଁକୁ ଲିଭାଇଲା ସିନା
ହୃଦୟ-ନିଆଁକୁ ଲିଭାଇଲା ସିନା
1 min
6.5K
ହୃଦୟ-ନିଆଁକୁ ଲିଭାଇଲା ସିନା
ଆଭାକାନ୍ତ ମହାନ୍ତି
ହୃଦୟ-ନିଆଁକୁ ଲିଭାଇଲା ସିନା
ତୁମରି ପ୍ରେମର ମୋହ
ପ୍ରେମରେ ଏବେ ଗୋ ଲାଗିଅଛି ନିଆଁ
କେମିତି ଲିଭିବ କୁହ ? । ୦ ।
କୃଷ୍ଣଚୂଡ଼ା ରଙ୍ଗ ଫିକା ହେଲାଣି
ମଳୟ ମନଟା ମାରିଦେଲାଣି
ଶିଶିର ଛଳରେ ଚନ୍ଦ୍ରମା ସିନା ଗୋ
ଢାଳେ ଅବିରତ ଲୁହ
ସାଥୀ ବିହୁନରେ ରାତିଟି ଆଜି ଗୋ
ଲାଗୁଅଛି ଦୁର୍ବିସହ । ୧ ।
ବାସ୍ତବ ଜୀବନେ ଗୋଧୂଳି ଛାଇ
କଳ୍ପନା-ସାଗରେ ଢେଉ ଉଠଇ
ଶ୍ରାବଣ ପିଆସୀ ମନ କରେ ଆଜି
ମାଘ ସାଥେ ଅଭିନୟ
ଜଳି ଜଳି ଥକିପଡ଼ିଲିଣି ଶୁଣ
ଏଇ ମୋର ପରିଚୟ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****