STORYMIRROR

Suresh chandra Padhy

Others

4  

Suresh chandra Padhy

Others

ହୃଦୟ ବିହାରୀ

ହୃଦୟ ବିହାରୀ

1 min
197

ଆହେ ହୃଦୟ ବିହାରୀ କରୁଅଛି ଚରଣେ ଗୁହାରି

ତୁମରି ପାଦ ପଦ୍ମରେ ନେଇଛି ମୁଁ ଆଶ୍ରା କରି


ତୁମେ ରହି ଅଛ ସବୁ ଘଟରେ

ତୁମେ ମିଳୁ ଅଛ ଭକତ ପ୍ରେମରେ

ତୁମ ବିନା ଭକ୍ତ ଚାହେଁ ନାହିଁ କିଛି

ତୁମ ପାଇଁ ଭକ୍ତ ସବୁ ତ ଭୁଲିଛି

ଆହେ ଦୁଃଖ ହାରି ତୁମ ବିନା ଦୁଃଖ 

କେ ବୁଝିବ ମୋହରି

ଆହେ ହୃଦୟ ବିହାରୀ (୧)


ଭକ୍ତର ତୁମେ ଅତି ଆପଣାର

ତୁମେ ଜାଣୁ ଅଛ ମନକୁ ତାହାର

ତୁମ ପାଇଁ ଭକ୍ତ ଯୋଗୀ ହୋଇଯାଏ

ତ୍ୟାଗୀ ହୋଇ ସେତ ଆନନ୍ଦକୁ ପାଏ

ଆହେ ବିଶ୍ୱବିହାରୀ ସବୁ ସ୍ଥାନରେ 

ତୁମେ ରହି ଅଛ ପୁରି

ଆହେ ହୃଦୟ ବିହାରୀ (୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍