ହୃଦୟ ବିହାରୀ
ହୃଦୟ ବିହାରୀ
1 min
188
ଆହେ ହୃଦୟ ବିହାରୀ କରୁଅଛି ଚରଣେ ଗୁହାରି
ତୁମରି ପାଦ ପଦ୍ମରେ ନେଇଛି ମୁଁ ଆଶ୍ରା କରି
ତୁମେ ରହି ଅଛ ସବୁ ଘଟରେ
ତୁମେ ମିଳୁ ଅଛ ଭକତ ପ୍ରେମରେ
ତୁମ ବିନା ଭକ୍ତ ଚାହେଁ ନାହିଁ କିଛି
ତୁମ ପାଇଁ ଭକ୍ତ ସବୁ ତ ଭୁଲିଛି
ଆହେ ଦୁଃଖ ହାରି ତୁମ ବିନା ଦୁଃଖ
କେ ବୁଝିବ ମୋହରି
ଆହେ ହୃଦୟ ବିହାରୀ (୧)
ଭକ୍ତର ତୁମେ ଅତି ଆପଣାର
ତୁମେ ଜାଣୁ ଅଛ ମନକୁ ତାହାର
ତୁମ ପାଇଁ ଭକ୍ତ ଯୋଗୀ ହୋଇଯାଏ
ତ୍ୟାଗୀ ହୋଇ ସେତ ଆନନ୍ଦକୁ ପାଏ
ଆହେ ବିଶ୍ୱବିହାରୀ ସବୁ ସ୍ଥାନରେ
ତୁମେ ରହି ଅଛ ପୁରି
ଆହେ ହୃଦୟ ବିହାରୀ (୨)
