Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

4  

rasmi maye pati

Others

ହୋଲି ର ଶୁଭେଚ୍ଛା ହେ ବିଶ୍ଵନିୟନ୍ତ

ହୋଲି ର ଶୁଭେଚ୍ଛା ହେ ବିଶ୍ଵନିୟନ୍ତ

1 min
200



ସବୁ ରଙ୍ଗ ରେ ଯେ ରଙ୍ଗାୟିତ ପ୍ରଭୁ

  ତୁମ ଠାରୁ ସୃଷ୍ଟି ରଙ୍ଗ

ପାରିବି କି ସମର୍ପଣ ତୁମକୁ ମୁଁ

  ଅବିର ର ଫିକା ରଙ୍ଗ।।।

କି ରଙ୍ଗ ରେ ପ୍ରଭୁ ଛନ୍ଦିଲ ଗୋପୀ ଙ୍କୁ

 ରାଧା ମୀରା ସବୁ ଅନ୍ଧ

କୃଷ୍ଣ ପ୍ରେମ ରଙ୍ଗ କରିଲା ପାଗଳ

 ରମଣୀ ଷୋଳ ସହସ୍ର।।।

ଯମୁନା ପାଗଳ କଦମ୍ବ ପାଗଳ

 ସମସ୍ତେ ତୋ ପ୍ରେମେ ଅନ୍ଧ

ସାରା ବିଶ୍ବକୁ ତୁ ବାନ୍ଧିଛୁ ରଙ୍ଗ ରେ

 ବର୍ଣ୍ଣାଳି ତୁ ସାତ ରଙ୍ଗ।।।

ବଡ଼ ଦେଉଳ ରେ ରଙ୍ଗ ଜମା ଇଚୁ

 ବିଶ୍ଵ ଜନତା ପାଗଳ

ତୋ ବଡ ଦେଉଳ ତୋର ନନ୍ଦିଘୋଷ

 ଦେଖିବେ ବୋଲି ବିକଳ।।

ବନଚାରୀ ବେଶେ କେଡେ ଶୋଭନୀୟ

 କିରଙ୍ଗ ଲାଗିଲା ପ୍ରଭୁ

ଧାଏଁ ସୂର୍ପଣଖା କରି ପ୍ରେମ ଭିକ୍ଷା

 ଭୁଲି ଗଲା ସେ ନିଜକୁ।।।

ବ୍ରହ୍ମା,ଶିବ ଇନ୍ଦ୍ର ହୁଅନ୍ତି ବିକଳ

 ତୁମ ରଙ୍ଗ ଛିଟା ପାଇଁ

ସାରା ବ୍ରହ୍ମାଣ୍ଡ କୁ କରି ରଙ୍ଗମୟ

  ନୀରବେ ଦେଖୁଚ ରହି।।।

କେଡେ ରକ୍ତ ବର୍ଣ୍ଣ ଧରିଚ ଅଧରେ

 ତୁମେ ଶ୍ରୀରଙ୍ଗା ଅଧର

ଗାଢ଼ କଳା ରଙ୍ଗ ଧରିଛ ତନୁ ରେ

 ପ୍ରଭୁ ଶ୍ରୀ କଳା ଠାକୁର।।।

ରଙ୍ଗମୟ ପ୍ରଭୁ ତୁମରି ମହିମା

 ବିନ୍ଦୁ ଏ କରିବ ଦାନ

ହେ ବିଶ୍ବ ନିୟନ୍ତା ହେବି କୃତ୍ୟ କୃତ୍ୟ

 ଜୀବନ ହୋଇବ ଧନ୍ୟ।।



Rate this content
Log in