ହଜିଲା ସ୍ମୃତି
ହଜିଲା ସ୍ମୃତି
ସାଇତିଛି କିଛି ଅଭୁଲା ସ୍ମୃତିକୁ,
ଡ଼ାଇରୀ ରୂପକ ହୃଦୟରେ
ସେ ସ୍ମୃତି ସବୁ ଢଳ ଢଳ ହୁଏ,
ଆଖିରୁ ଝରୁଥିବା ଅଶ୍ରୁ ସମୁଦ୍ରରେ ।
ସ୍ମୃତି ସବୁ ଗଢି ତୋଳିଛି
ମୋ ହୃଦୟ ମନ୍ଦିରେ
କିଛି ପୃଷ୍ଠା ହଜିଯାଇଛି ।
ମନର ଅଶାନ୍ତ ମରୁଭୂମିରେ
ଆଉ କିଛି ଭିଜି ଯାଇଛି,
ଆଖିର ଅଶ୍ରୁ ରୂପକ ସ୍ରୋତରେ ।
ମନର ଅଶାନ୍ତ ମରୁଭୁମିରେ
କେମିତି ଖୋଜି ପାଇବି,
ସେ ହଜିଯାଇଥିବା ପୃଷ୍ଠାକୁ
ପୃଷ୍ଠା ନୁହେଁ ସେ ତ ମୋ ଜୀବନର
କିଛି ଅଭୁଲା ସ୍ମୃତି
ମନର କୋହ ଆଉ ଛାତିର ଯନ୍ତ୍ରଣା,
ସେ ପୃଷ୍ଠା ସବୁକୁ
ଖୋଜିବା କରିଛି ବାଟବଣା ।
ମନରେ ଉଙ୍କିମାରୁଥିବା
ଅନେକ ଜଟିଳ ପ୍ରଶ୍ନ,
ଅଶାନ୍ତ ମରୁଭୂମିରେ
ଖୋଜିବାରେ କରିଦିଏ ବିଷର୍ଣ୍ଣ ।
ତଥାପି ଏ ମନ ଅଟକି ନାହିଁ,
ଖୋଜିବୁଲିଛି ସେ ପୃଷ୍ଠା ସବୁକୁ ପାଇବା ପାଇଁ
ନୌକା ରୂପକ ହୃଦୟକୁ ନେଇ,
ବାହାରିଛି ମୁଁ ସେ ପୃଷ୍ଠା ସବୁକୁ ପାଇବା ପାଇଁ ।
ଅଥୟ ଏ ମନ ଧର୍ଯ୍ୟହରା ହୋଇ,
ଖୋଜେ ସେ ପୃଷ୍ଠାକୁ ହେଲେ
କୋଉଠି ଖୋଜି ପାଏନାହିଁ
ସ୍ଥିର ମନ ଆଜି ହେଲା ଯେ ଅସ୍ଥିର,
ପୃଷ୍ଠା ରୂପକ ସ୍ମୃତି ପାଇଁ ।
ନୌକା ରୂପକ ହୃଦୟରେ ଥାଇ
ଦେଖେ ମୁଁ ଖାଲି ପାଣି ଆଉ ପାଣି,
ସେ ପାଣି କୁ ଦେଖି କେମିତି
ପାଇବି କିପରି ଖୋଜିବି ପାରୁନି ମୁଁ ଜାଣି ।
ମନ ରୂପକ ଅଶାନ୍ତ ମରୁଭୁମିରେ
ଚାଲି ଚାଲି ହୋଇସାରିଲିଣି ମୁଁ ଦିଗହରା,
ଆଖି ପାଉନଥିବା ଏଇ ମରୂଭୁମିରେ
ମିଳୁନି କାହାର ସାହାରା ।
ହେଲେ ଏ ମନ ବିଚରା
ପାଉନି ସାହରା ଖୋଜି ଖୋଜି
ମୁଁ ହେଲି ଧଇଁ ସଇଁ,
ଭାବିଲି ମୁଁ ଟିକେ ବସିପଡେ
ମୁଣ୍ଡ ରୂପକ ବିଶାଳ ବୃକ୍ଷ ତଳେ ଯାଇ
ହେଲେ ମୁଁ ପାରୁନି ବସି,
ମନ ମୋ ହୁଏ ଅସ୍ଥିର ବେଶୀ ବେଶୀ ।
ହାତ ରୂପକ ଡେଣାରେ
ମୁଁ ଉଡିବୁଲେ ଆଜି,
କାଳେ ପାଇବି କି ମୋ
ହଜିଜାଇଥିବା ସ୍ମୃତିକୁ ଖୋଜି ।
ହେଲେ ପାଉନି ସେ
ହଜିଲା ମୋ ସ୍ମୃତିକୁ,
କେଜାଣି କାହାର ଅଶୁଭ ନଜର
ପଡିଲା ତା ଉପରକୁ ।
ହୃଦୟ ବିଚରା ଖୋଜେ ସାହାରା,
ନ ପାଇ ସାହାରା ଆଜି ସେ ଦିଗହରା
ପଥଶୂନ୍ୟ ଦିଗହରା ଅନନ୍ତ ଦେଶେ,
ପାଇବି କି ଖୋଜି ମୋ ସ୍ମୃତି ସବୁକୁ ଶେଷେ ।
ଆହେ ଅନନ୍ତ !
ତୁମେ ଯଦି ଟିକେ ଖୋଜିଦିଅନ୍ତ,
ହୁଏତ ମୁଁ ଫେରିପାଇପାରନ୍ତି
ମୋ ହଜିଲା ଅତୀତ ।
