ହଜିଗଲା ଛୁଆବେଲ୍
ହଜିଗଲା ଛୁଆବେଲ୍
ହଜିଗଲା ଛୁଆବେଲ୍ ହେଲା ଦିନୁ ବଡ୍
କିଛି ଭଲ୍ ନାଇଁ ଲାଗବାର୍,
ସମିଆ ଯାଉଛେ କାମ୍ ,ବୁତା କରି କରି
ସବେ ହେଇଗଲେନ ପର୍ ।
ଛୁଆ ଥିଲି କେତେ ଭଲ୍ ସେ ଥିଲି
ମିଲିମିସି ରହୁଥିଲି,
ମାଆ,ବୁଆ,ଭାଇ,ବହେନ୍,ଦଦା
ସବକର୍ ସାଙ୍ଗେ ହସୁଥିଲି ।
ସମିଆ କେତେ ଜଲ୍'ଦି ପଲେଇ ଗଲା
କିଛି ଜଣା ପଡ୍'ଲା ନାଇଁ,
ସାଙ୍ଗ,ସାଥି, ଯାତାରା, ପରବ୍ ଅଭୁଲା ସ୍ମୃତି
ସବୁ ହଜିଗଲା ତାହିଁ ।
କେତେ ମଜା କରୁଥିଲି ମିଲିମିଶି ସବେ
କାଗଜ୍ ଡଙ୍ଗା ବନେଇ,
ବର୍ଷା ରେ ଭିଜି ନାଚୁଥିଲୁ ସାଙ୍ଗ୍ ମାନେ
ଗୀତ୍ ପଦେ ପଦେ ଗୁନ୍'ଗୁନେଇ ।
ମନର୍ କଥା ମନେ ରହି ଯାଇଛେ
ଛୁଆବେଲ୍ ନୁରା ଲାଗୁଛେ,
କାନ୍ଦି,କାନ୍ଦି ଆଖିର୍ ପାଏନ୍ ଝରି ଗଲାନ
ସବୁ ଆଜି ସପନେ ଆସୁଛେ ।
କାହାକେ ଦୋଷ୍ ଦେମି କାହାକେ କହେମି
ମୋର୍ କଥା କିଏ ସୁନ୍'ବା,
ତୋର୍ ଛୁଆବେଲ୍ ଫିରେଇ ଦେମି କହି
କିଏ ଆସି ମତେ କହେବା ।
ସମିଆର୍ ଚକା ଚାଲୁଛେ ଘିରି ଘିରି
ଛୁଆବେଲ୍ ନେସି ଛଡେଇ,
ସବକର୍ ଦିନେ ନା ଦିନେ ଆଏସିରେ
ନାଇପାର କେହି ଅଟକେଇ ।
