STORYMIRROR

Tapan Kumar Biswal

Children Stories Classics Inspirational

4  

Tapan Kumar Biswal

Children Stories Classics Inspirational

ହେ ସନ୍ଥକବି

ହେ ସନ୍ଥକବି

1 min
295


ବସନ୍ତ ରୋଗରେ ପୀଡିତ ହୋଇଲ

ହରାଇଲ ଦୃଷ୍ଟି ଶକ୍ତି

ଜାତିରେ ଯେ କନ୍ଧ ଆହେ ଭୀମ ଭୋଇ

ଦୃଢ଼ ତୁମ ଇଛାଶକ୍ତି ll


ତୁମରି ରଚନା ଏହି ସମାଜକୁ

ନୂତନ ବାର୍ତ୍ତା ଦିଏ

ତୁମରି ଭଜନ ଜଣାଣ ଶୁଣିଲେ

ମନେ ଭକ୍ତି ଭରିଯାଏ ll


ଶହଶହ ଛାନ୍ଦ କେତେ ଚଉପଦୀ

ସଂସାର ସଂସ୍କାର ପାଇଁ

କେତେ ଚଉତିଶା ଯାଇଅଛ ଲେଖି

ଜଗତର ହିତ ପାଇଁ ll


ମହିମା ଧର୍ମର ପ୍ରଚାର ପ୍ରସାର

ତୁମ ପାଇଁ ବିଶ୍ୱ ସାରା

ଓଡିଶା ମାଟିର ନିଜସ୍ୱ ଏଧର୍ମ

ପରିବ୍ୟାପ୍ତ ବିଶ୍ୱ ସାରା ll


ତୁମ ରଚନାରେ ମାନବର ଧର୍ମ

ଭରିରହିଛି ଦର୍ଶନ

ଜୀବନର ଧର୍ମ ସରଳ ବର୍ଣ୍ଣନା

ଧନ୍ୟ ସନ୍ଥ କବି ଧନ୍ୟ ll


ପ୍ରାଣୀଙ୍କ ଆରତ ଦୁଃଖ ନସହିଛ

ହୋଇଛ କେତେ ଅସ୍ଥିର

ନିଜର ଜୀବନ ନର୍କେ ପଡୁପଛେ

ହେଉ ଜଗତ ଉଦ୍ଧାର ll


ଚିନ୍ତାମଣି ଆଉ ମହିମା ବିନୋଦ

ବ୍ରହ୍ମନିରୂପଣ ଗୀତା

ନିର୍ବେଦ ସାଧନା ଯେ ଶ୍ରୁତି ନିଷେଧ

ହେଉ ଆଦିଅନ୍ତ ଗୀତା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍