*ହେ ଶ୍ମଶାନ *
*ହେ ଶ୍ମଶାନ *
ହେ ଶ୍ମଶାନ ...
ତୁମେ ହିଁ ତ ପ୍ରକ୍ରୁତ କବି
ତୁମେ ଯେ ଲେଖ ଜୀବନର ଅନ୍ତିମ କବିତା
ଜୁଇ ର ପାଉଁଶ ରେ....
ହେଉପଛେ ଅତ୍ୟନ୍ତ କଠୋର ,ନିଷ୍ଠୁର ଶବ୍ଦ ର ସମାହାର ାାା
. କିନ୍ତୁ...........
ଏହା ହିଁ ତ ଶ୍ରେଷ୍ଠ କବିତା ନଶ୍ବର ଶରୀର ର
ଏହା ଏହା ହିଁ ତ ଏକମାତ୍ର ସତ୍ୟ ଇଶ୍ବର ଙ୍କ ସ୍ରୁଷ୍ଟି ର ାାା
ହେ ଶ୍ମଶାନ ..... .
ତୁମେ ହିଁ ତ ପ୍ରକ୍ରୁତ ବନ୍ଧୁ
ନି8ସ୍ବାର୍ଥ ଭାବରେ ତୁମେ ହିଁ ତ ଭଲପାଅ ସମଗ୍ର ମଣିଷଜାତି କୁ
ଠିକ୍ ଯେପରି .........
ଭଗବାନ- ଭକ୍ତ କୁ
ସ୍ରଷ୍ଟା - ସ୍ରୁଷ୍ଟି କୁ ଭଲ ପାଇଲା ଭଳି ାା
ସମସ୍ତ ଙ୍କୁ ନିଜର କରିନିଅ ତୁମେ
ମାଆ ର ପଣତ ପରି ାା
ଧନୀ, ନିର୍ଦ୍ଧନ,ପାପୀ,ପୂଣ୍ୟାତ୍ମା, ଆସ୍ତିକ, ନାସ୍ତିକ
ସମସ୍ତ ଙ୍କୁ କୋଳେଇ ନିଅ ଆପଣାର କୋଳ ରେ ାା
ଯେତେବେଳେ ଏ ଶରୀର ପଞୁରୀ ରୁ ଜୀବ-ପକ୍ଷୀୀ ଉଡିଯାଏ
ଆତ୍ମା, ପରମାତ୍ମା ରେ ବିଲୀନ ହୋଇଯାଏ .......
ଶରୀର, ଶବ ପାଲଟି ମୂଲ୍ୟହୀନ ହୋଇଯାଏ ...
ପ୍ରୀୟ,ପ୍ରିୟତମ,ପରିବାର ପାଇଁ ...ା
ଠିକ୍ ସେତିକି ବେଳେ ..........
ତୁମେ ହିଁ ତ ଆଶ୍ରୟ ଦିଅ ତୁମରି ଭିତରେ,
ବାହୁ ପ୍ରସାରୀ ଆଲିଙ୍ଗନ କରି ମିଶାଅ ଛାତିରେ ,
ବିନା ପ୍ରତିବାଦ ରେ,ବିନା ପକ୍ଷପାତ ରେ,ବିନା ଭେଦଭାବ ରେ ାାା
ହେ ଶ୍ମଶାନ .......
ତୁମରି ମାଟିରେ ଛିଡାହେଲେ
ବିଗଳିତ ହୋଇଉଠେ ସଭିଙ୍କ ହ୍ରୁଦୟ
ଖଳ,ଦୂରାଚାରୀ ଆଖିରୁ ବି ନିର୍ଗତ ହୁଏ ଲୁହ ଧାର ଧାର ,
ନିଷ୍ଠୁର ପଥର ଛାତି ଫଟାଇ ଉଠିଆସେ କୋହ ର ଉଦଗିରଣ ାାା
ମୁହୂର୍ତ୍ତକ ପାଇଁ ହେଉପଛେ ....
'ଅ' ଅକ୍ଷର ବିବର୍ଜିତ ମଣିଷ ଟି ବି ପାଲଟି ଯାଏ ଦାର୍ଶନିକ,
ଖୋଜିବସେ ଜୀବନ- ମ୍ରୁତ୍ୟୁ ର ଦର୍ଶନ ତତ୍ତ୍ବ ...
ଆତ୍ମିୟ ଟି ର ଶବ ଟି ଜୁଇ ରେ ଜଳିପୋଡି ନିଶ୍ଚିହ୍ନ ହେବା ଦେଖି ାାା
ହେ ସୃଷ୍ଟିର ଶ୍ରେଷ୍ଠ ନର୍ତ୍ତକ ମଶାଣୀ.....
ତୁମେ ଯେବେ ଭୟଙ୍କର ରୁପଧରି ,
ଶିବଙ୍କ ପରି ତାଣ୍ଡବ ନୃତ୍ୟ କର ଶବକୁ ଗ୍ରାସ କଲାବେଳେ ,
ତାର ଲେଲିହାନ ଶିଖା ର ସହସ୍ର ଭୂଜ ଉର୍ଦ୍ଧ୍ଵ ତୋଳି..
ଚିତା ଜୁଇ ବି ଉନ୍ମତ୍ତ ହୋଇଉଠେ,
ପ୍ରକମ୍ପିତ ହୁଏ ଦଶ ଦିଶା ...
ଭୂ ଠାରୁ ଭୂମା ଯାଏ ...
ନଭ ଠାରୁ ବନ ଯାଏ,..
ଦିଗ୍ ଠାରୁ ଦିଗବଳୟ ଯାଏ ..
ସବୁଠି ପ୍ରତିଧ୍ଵନିତ ହୁଏ ମହାକାଳର କରାଳ ସଙ୍ଗୀତ
ସ୍ତବ୍ଧ ହୁଏ ଆକାଶ, ପ୍ରୁଥିବୀ,
ଅନ୍ତୁଡି ଶାଳର ନିଆଁ ଲିଭେ ମଶାଣୀ ଜୁଇ ରେ ,
ପଡିଯାଏ ଜୀବନ ର ମହା ପୂର୍ଣ୍ଣ ଚ୍ଛେଦ ା ା ାା
ହେ ଶ୍ମଶାନ .........
ତୁମେ ହିଁ ତ ସତ୍ୟ ଇଶ୍ବର ଙ୍କ ପରି
ତୁମେ ହିଁ ତ ଦୂନିଆଁ ର ସବୁ ତୀର୍ଥ କ୍ଷେତ୍ର ଠାରୁ ଆହୁରି ପବିତ୍ର .
ମୋ ପୂର୍ବ ପୁରୁଷ ଙ୍କ ପାଉଁଶ ବୋଳି ହୋଇ ାାା
ତୁମେ ମୁକ୍ତ ଲୋଭ,ମୋହ,ଅହଙ୍କାର ଠାରୁ
ତୁମେ ମାୟା -ମମତା, ଆଦର - ନିରାଦର ,ହିଂସା- ଅହିଂସା, ପାପ-ପୂଣ୍ୟ ସବୁଠୁ ଉର୍ଦ୍ଧ୍ଵ ରେ ୀୀୀ
ହେ ଶ୍ମଶାନ ..
ହେ ସଂସାର ତ୍ୟାଗି ସିଦ୍ଧ ମହାଯୋଗୀ ...
ଏ ମିଥ୍ୟା ସଂସାର ର ସ୍ବାର୍ଥ ସର୍ବସ୍ବ, ଆତ୍ମଭୋଗୀ ମଣିଷ କୁ ଚେତାଇ ଦେବାକୁ ..
ତୁୁମେ ହିଁ ତ ଗାଉଥାଅ ସତ୍ୟ ର ସଙ୍ଗୀତ ..
ସୀମା ରୁ ସୀମାନ୍ତ ଯାଏ ..
କାଳ ରୁ କାଳାନ୍ତର ଯାଏ ..
ଶୁଭୁଥାଏ ତୁମରି ସେ ପବିତ୍ର ସ୍ବର. ...
' ରାମ ନାମ ସତ୍ୟ ହେ..
ହରି ନାମ ସତ୍ୟ ହେ....
ଇଶ୍ବର ସତ୍ୟ ହେ...
ଇଶ୍ବର ସତ୍ୟ ହେ ....ାାା