ହେ ଶବ୍ଦ
ହେ ଶବ୍ଦ
ବନ୍ଦୀ
ବନ୍ଦୀତ୍ୱର
ବଳୟ ଭିତରେ ,
ଗୃହ ବନ୍ଦୀ ଟିଏ ମୁଁ
ଜୀବନର ସତ୍ୟତାକୁ
ଉନ୍ମୋଚନ କରୁଥିବା ଏଇ
ଶବ୍ଦମାନଙ୍କ ପାଖରେ ଅସହାୟ,
ନିର୍ନିମେଶ ନୟନର ସନ୍ଧିଟିଏ ମୁଁ !
ସତ୍ୟ
ସତ୍ୟ କିମ୍ବା
ଅର୍ଦ୍ଧସତ୍ୟ ହେଉ,
ସତ୍ୟକୁ ସଂସ୍କାର
ମିଥ୍ୟାକୁ ସଂହାର
ଅଥବା,ମିଛ କଳଙ୍କକୁ
ଧିକ୍କାର କରୁଥିବା,ତିରସ୍କାର ଭରା
ଏଇ ସବୁ ଶବ୍ଦମାନେ ମୋର ମିତ୍ର !
ଅସହାୟ
ଅସହାୟ ଆଉ
ଅସହାୟତା ଭିତରେ
ସ୍ୱୟଂସମ୍ପୂର୍ଣ୍ଣ ବିବେକକୁ
ଦଂଶନ କରୁଥିବା ବ୍ୟକ୍ତିତ୍ୱ
ଅଥବା ଜଘନ୍ୟ,ଦୁଷ୍କର୍ମ ଜନିତ
ଆବର୍ତ୍ତମାନ,ଆବହମାନ ଉପେକ୍ଷିତ
ପରିସ୍ଥିତି ପାଇଁ ପୁନଶ୍ଚ ପୁଙ୍ଗବ !
ମିତ୍ର
ମିତ୍ର ମୋ'ପାଇଁକି
ମୋର ସଖା,ଆଉ
ମୋର ଆଧ୍ୟାତ୍ମ ଚେତନାର
ଆବାହକ,ଆବାହକ ଆତ୍ମାର,
ପ୍ରବାହକ ଆତ୍ମାନୁଶୀଳନର,
ସଂଭ୍ରମ ପୃଷ୍ଠାର ଉନ୍ମୋଚକ !
ହେ ଶବ୍ଦ,
ତୁମେ ଆସିଗଲେ
ମୋର ମନ ଓ ବିବେକରେ
ଅଦମ୍ୟ ଉଦ୍ ବେଳନ ,
ମୋ' କବିତ୍ୱରେ ତୀବ୍ର ପ୍ରତିକ୍ରିୟା,
ମୋ' ବ୍ୟକ୍ତିତ୍ୱରେ ଘର୍ମ, ଘର୍ମ ଘୃଣା
ବେଲାଳ ସେନ ମାନଙ୍କ ପ୍ରତି ,
ପ୍ରତାରକ ପ୍ରଜାପତି ମାନଙ୍କ ପ୍ରତି,
ଜଘନ୍ୟ ଜହ୍ଲାଦ ମାନଙ୍କ ପ୍ରତି
ହେ ଶବ୍ଦ !
ଆସ, ଆସି ରଚିଯାଅ
ଆଉ ଏକ କୁରୁକ୍ଷେତ୍ର
ଅଥବା,ଆଉ ଏକ କଳିଙ୍ଗ ସମର ।
ଲେଖନୀରେ
ମୋ' ଲେଖନୀରେ
ଭରିଦିଅ ସୁରକ୍ଷା କବଚ,
ସୁରକ୍ଷିତ,ନିମିଲିତ ଅଥବା
ଅର୍ଦ୍ଧ ନିମିଲିତ ବିଭତ୍ସ ବର୍ବର,
ବିସ୍ତୃତ ବିବିଧରଙ୍ଗି ,ନ୍ୟସ୍ତସ୍ୱାର୍ଥୀ
ଦକ୍ଷ ପ୍ରଜାପତିଙ୍କ ପାଇଁ ଯଜ୍ଞକୁଣ୍ଡ