STORYMIRROR

Kalyani Nanda

Others

3  

Kalyani Nanda

Others

ହେ ଶାନ୍ତ ,ନୀଳାଭ ଆକାଶ

ହେ ଶାନ୍ତ ,ନୀଳାଭ ଆକାଶ

1 min
255

ଯେବେ ବି ଦେଖେ ତୋତେ ହେ ନୀଳାଭ ଆକାଶ,

ମନ ହୁଏ ଯାଆନ୍ତି ଉଡି ଉଡି ତୋ ପାଶେ ଅମ୍ବର,

ତୋ ବିଶାଳ ସାମ୍ରାଜ୍ୟ ରେ କରୁଥାନ୍ତି ବିଚରଣ,

ଲଭି ତ ପାରନ୍ତି ଅନ୍ତରେ ମୋ ଶାନ୍ତିର କୋମଳ ପରଶ।


ଏ ସ୍ବାର୍ଥୀ ସଂସାରେ ଯେ ଈର୍ଷ୍ୟା,ଦ୍ୱେଷ,ର ସମାବେଶ,

ଅତିଷ୍ଠ ହୃଦୟ ମୋ ଖୋଜୁଥାଏ ଏକ ଶାନ୍ତ ପରିବେଶ,

ଥିଲେ ମୋ ବିହଂଗ ପକ୍ଷ, ଅନାୟାସେ ଯାଆନ୍ତି ତୋ ପାଶ,

 ତୋ ଅନନ୍ତ ଆକାଶେ ନିଜକୁ ହଜାଇ,ଭୁଲନ୍ତି ସମସ୍ତ ଦୁଃଖ।


ଯେବେ ତୁ ଆଙ୍କି ଦେଉ ତୋ ଦେହେ ଇନ୍ଦ୍ରଧନୁର ସପ୍ତ ରଙ୍ଗ ,

ଧଳା ବଉଦ ର ଚାଦର ଢାଙ୍କି ନିଜ ଦେହେ, ଦିଶୁ କି ଲୋଭନୀୟ,

ନିସ୍ତବ୍ଧ ରଜନୀରେ ଜହ୍ନର ଜୋଛନା ମାଖି ଦିଶୁ ତୁ ଝଲମଲ,

ତାରକା ଖଚିତ ତୋ ନୀଳ ନଭ ଲାଗୁଥାଏ କି ସୁନ୍ଦର,ଅପୂର୍ବ। 


ସଞ୍ଜ, ସକାଳର ମଧୁର ବେଳାରେ, ତୋ ରକ୍ତିମ ଆକାଶ,

ସ୍ନିଗ୍ଧ, ଶାନ୍ତ ତୋ ଦେହେ ବିଚରନ୍ତି ଖଗ ପନ୍ତି,କରି ଗୁଞ୍ଜରିତ,

ମନ ମୋର ମଜ୍ଜି ଯାଏ ,ହଜି ଯାଏ, ଦେଖି ତୋ ଅପୂର୍ବ ଦୃଶ୍ୟ,

ସତରେ ବିହଙ୍ଗମ ଦଳ,ଜହ୍ନ, ତାରକାଙ୍କୁ ନେଇ ସୁନ୍ଦର ତୋ ସାମ୍ରାଜ୍ୟ।


ନେଇଯା ମୋତେ ତୋ ସେଇ ଦେଶେ, ସେ ଯେ ସ୍ବପ୍ନ ରାଇଜ,

ସେ ସପନ ରାଇଜେ କରି ବିଚରଣ, ଯହିଁ ନାହିଁ ହିଂସା,ଦ୍ୱେଷ,

ନା ଅଛି ସେଠି କପଟପାଶା ର ଶକୁନି ଖେଳ, ଛଳନାର ଅଟ୍ଟହାସ,

ସ୍ନେହ,ପ୍ରେମ,କ୍ଷମା,ଦୟାର ପରଶେ ହସୁଥାଏ ଯେ ନୀଳାଭ ଆକାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍