STORYMIRROR

Sadananda Sahoo

Others

3  

Sadananda Sahoo

Others

ହେ ପ୍ରଭୁ ଗଜାନନ

ହେ ପ୍ରଭୁ ଗଜାନନ

1 min
13.9K


ଆହେ ଗଜାନନ ଗିରିଜା ନନ୍ଦନ

ବିଦ୍ୟା ବୁଦ୍ଧି ଦାତା ପ୍ରଭୁ

ଦିଅ ଆଶୀର୍ବାଦ ପାର୍ବତୀର ସୁତ

କୃପାକର ବାରେ ବିଭୁ ।

ତ୍ରୈଲୋକ୍ୟ ଭୂବନେ ତଵ ଖ୍ୟାତି ଭାସେ

ଉଦରେ ବିଦ୍ୟା ଭଣ୍ଡାର

ତୁମ୍ଭରି ଆଶ୍ରିତ ଏଇ ମର୍ତ୍ତ୍ୟଲୋକ

ହେ ପ୍ରଭୁ କରୁଣାକର ।!

ପାର୍ବତୀ ମାତାର ତୁମ୍ଭେ ହିଁ ପ୍ରିୟର

ସୁରକ୍ଷାର ଦ୍ଵାରପାଳ

ପିତା ଶିବ ସମ୍ଭୁ କୋପ କଲେ ପ୍ରଭୁ

ମସ୍ତକ ଛେଦନ କାଳ ।

ସର୍ବ ବିଦ୍ୟମାନ ତୁମ୍ଭେ ଗଜାନନ

ସର୍ବାଗ୍ରେ ପାଅ ହେ ପୂଜା

ତଵ ବନ୍ଦାପନା ସମୃଦ୍ଧି ଭାବନା

ଉଡ଼ଇ ବିଜୟ ଧ୍ୱଜା ।

ବିଶ୍ୱ ପରିକ୍ରମା ସଫଳ ପରୀକ୍ଷା

ମୂଷିକ ବାହାନ ରାଜା

ନିମିଷକ ମଧ୍ୟେ ଦେଖାଇଲ କାର୍ଯ୍ୟେ

କାର୍ତ୍ତିକେୟ ପଡେ ଖୋଜା ।

ପରାକ୍ରମୀ ପିତା ତାଣ୍ଡବ ସଂହିତା

ଆଚମ୍ବିତ ହେଲେ ବେଶି

ଆହାକି ମତିଷ୍କ ବିଦ୍ୟା ଆଭୁଷିତ

ପାର୍ବତୀର ପୁତ୍ର ସିଦ୍ଧି ।

ଦେଲେ ଆଶୀର୍ବାଦ ହୋଇ ବିମୋହିତ

କଇଳାଶ ପତି ଶିବ

ମର୍ତ୍ତ୍ୟ ମଣ୍ଡଳେ ରହିବୁ ସର୍ବାଗ୍ରେ

ଶୁଭ କାର୍ଯ୍ୟ ଯେତେ ହେବ !

ହେଉକି ଭବନ ଅବା ଦେବାଳୟ

ବନ୍ଦାପନା ହେବୁ ଆଗେ

ଆହେ ଧନମଣି ସାଜିବୁ ତୁ ମଣି

ଦେଖୁଥିବି ରହି ସ୍ଵର୍ଗେ ।

ଚତୁର୍ଥୀ ତିଥି ହେବ ତୋର ଖ୍ୟାତି

ସମୃଦ୍ଧି ପରବ ସାଜି

ବିଦ୍ୟା ନିକେତନେ ଏ ମର୍ତ୍ତ୍ୟ ଭୂବନେ

ସର୍ବେ ହେବେ ତୋତେ ଭଜି

ତୋ ଶରଧା ଲଡୁ ଖସିବନି ହସ୍ତୁ

ଚିରକାଳ ଥିବୁ ଧରି

ସଭିଏଁ ତୋ ସାଥୀ ସଭିଏଁ ବିଦ୍ୟାର୍ଥୀ

କରିବେନି ବିଦ୍ୟା ଚୋରି ।

ଶୁଭ ଆଶୀର୍ବାଦ ଦେବୁରେ ଗଣେଶ

ଭକତ ଜନଙ୍କୁ ତୋ'ର

ବିଦ୍ୟାରତ୍ନ ଯତ୍ନ ଶୁଭ ଫଳ ସତ

ତୁ ପରା ସୂତ୍ରର ଧାର ।

ହେ ପ୍ରଭୁ ଗଣେଶ ବଖାଣିଛି ସତ

ତୁମ୍ଭରି ଭକତି ଅର୍ଘ୍ୟ

ମୁଁ ଅଧମ ସୁତ ତୁମ୍ଭରି ଆଶ୍ରିତ

ସର୍ବ ବିଦ୍ୟା ହେଉ ଧାର୍ଯ୍ୟ ।

ସଦାନନ୍ଦ ସାହୁ ଧୁରୁଷୀଆ  ଆଠଗଡ଼  କଟକ


రచనకు రేటింగ్ ఇవ్వండి
లాగిన్