ହେ ପିତା
ହେ ପିତା
ପିତା ଧର୍ମ ପିତା ସ୍ଵର୍ଗ
ପିତାହିଁ ପରମ ତପ,
ପ୍ରିତରୀ ପ୍ରିତୀମା ପ6ନ୍ନ
ପ୍ରିୟନ୍ତି ସର୍ବଦେବତା ॥
******
ଏ ପିଣ୍ଡ ଗଠନ ଯାହାର ଅଂଶରୁ
ସେ ଅଟନ୍ତି ମୋର ପିତା,
ଧର୍ମ, ସ୍ଵର୍ଗ ଠାରୁ ଗରୀୟାନ ସିଏ
ତାଙ୍କ ପାଦେ ଗଡୁ ମଥା ॥୧॥
ପିତା ଅଟନ୍ତି ମୋ ତପସ୍ୟାର କ୍ଷେତ୍ର
ପିତା ମୋ ପରମ ଫଳ,
ପିତା ମୋ ଈଶ୍ଵର ପିତା ମୋର ଗୁରୁ
ପିତା ମୋ ମୁକ୍ତିର ମୁଲ ॥ ୨॥
ତାଙ୍କ ତେଜ ଔରସରୁ ଜନ୍ମ ମୋର
ସର୍ଜିଲା ପିଣ୍ଡ ତାଙ୍କର ,
ସଦା ତାଙ୍କ ସେବା କରି ଜୀବ ଯାଉ
କିଣା ସେବକ ମୁଁ ପିତାର ॥୩॥
ଆଖି ଲୁହକୁ ସେ ଓଠରେ ପିଅନ୍ତି
ଛାତିର କୋହକୁ ଚାପି,
ଝଡଝଞ୍ଜା ଯେତେ ଆସିଲେ ଜୀବନେ
ସମ୍ଭାଳନ୍ତି ପାଦ ଥାପି ॥୪॥
ନିଜେ ନ ଖାଇଣ ସନ୍ତାନଙ୍କ ପାଇଁ
ମାଆଙ୍କୁ ଦିଅନ୍ତି ନେଇ,
ସମ୍ଭାଳି ରଖିଥା ଏହି ଦ୍ରବ୍ୟ ଦେବୁ
ସନ୍ତାନ ହାତରେ ନେଇ ॥୫॥
ନିଜ ପୁତ୍ର କନ୍ୟା ମନ କଥା ଜାଣି
ଆଣନ୍ତି ଭିନ୍ନ ଜିନିଷ,
ଗୁରୁ ହୋଇ ଶିକ୍ଷା ଧର୍ମ କର୍ମ କାଣ୍ଡ
ପଢ଼ାନ୍ତି ହୋଇ ହରଷ ॥୬॥
ମୁଁ ସିନା ଗରୀବ ଆଜି ଏ ସମାଜେ
ମୋ ପୁତ୍ର କି ତାହା ହେବ,
ଏହି ଭାବ ନେଇ ମନରେ ପିତାଙ୍କ
ପୁତ୍ର ପାଇଁ ବେଶୀ ଲୋଭ ॥୭॥
କାଳି ଯଦି ଯେବେ ହେବ ବଡଲୋକ
ଦୁଃଖ ମୋର ଦୁର ହେବ,
ଏ ଭାବନା ମନେ ଭାବି ପିତାମାତା
କରିଥାନ୍ତି ସବୁ ତ୍ୟାଗ ॥୮ ॥
ଆଉ ଭାବିଥାନ୍ତି ଶେଷ କାଳେ ମୋର
ସେବା ଶୁଶ୍ରୁଷା କରିବ,
ମୋଶବକୁ ନେବ କାନ୍ଧରେ ବୋହିଣ
ମୁଖରେ ମୁଖାଗ୍ନି ଦେବ ॥୯॥
ସତ୍ୟ ସତ୍ୟ ସତ୍ୟ ତୁମ ମଥା ଛୁଇଁ
ତ୍ରିବାର କରୁଛି ସତ୍ୟ,
ତୁମ ଆଶୀର୍ବାଦ ହେବ ଯେବେ ମୋତେ
ହେବି ତୁମ ଅନୁଗତ ॥୧୦॥
ତୁମ ମନ କଥା ଜାଣିଛି ପିତା ହେ
ଇଚ୍ଛା ତୁମ ପୁର୍ଣ୍ଣ ହେଉ,
ଜୀବ ଥିବା ଯାଏ ତୁମ ସେବା କରି
ଶେଷରେ ଜୀବନ ଯାଉ ॥୧୧॥