ହେ'ପବନ ତନୟ ତୁମ୍ଭ କୃପା ସତ୍ୟ '
ହେ'ପବନ ତନୟ ତୁମ୍ଭ କୃପା ସତ୍ୟ '
ଜୟ ହନୁମାନ ସଂକଟ ମୋଚନ
ଭକ୍ତି ଅର୍ଘ୍ୟ ପ୍ରଭୁ ଘେନ
ତବ କୃପା ବଳେ ଦୀନଦୁଃଖି ହସେ
ସର୍ବସ୍ଥଳେ ବିଦ୍ୟମାନ ! !
ସମ୍ଭବ ସଂଭାବ ସର୍ବ ସିଦ୍ଧିମାନ
ହେ' ପ୍ରଭୁ କରୁଣାକର
ତବ ଆଶିର୍ବାଦେ ଧୁରୁଷିଆ ଗ୍ରାମ୍ଯେ
ନିର୍ମିତ୍ତ ଦିବ୍ୟ ମନ୍ଦିର ! !
ଲଣ୍ଡା ପାହାଡଟା ସୁରମ୍ୟ ଇଲାକା
ସୌନ୍ଦର୍ଯ୍ୟର ଗନ୍ତାଘର
ସବୁଜ ବନାନୀ ହସିଉଠେ ଆଜି
ଗୁଞ୍ଜରିତ ପକ୍ଷୀସ୍ଵର ! !
ତୁମ୍ଭରି ଭକତ ମହାନ ପୁରୁଷ
ବ୍ରଜସୁତ ବ୍ରହ୍ମଚାରୀ
ଜୀବନ ସର୍ବସ୍ଵ ତବ ସେବା ସତ୍ୟ
ସାଜିଛନ୍ତି ବିଭାବରୀ ! !
ଅବସର ଧନ ନିର୍ମାଣରେ ମନ
ପ୍ରଜ୍ଞାଦୀପ୍ତ ମହାଜ୍ଯୋତି
ଗଢିଲେ ସରାଗେ ସ୍ଵହସ୍ତେରେ ସେ'ଯେ
ଭାବନାରେ ଭକ୍ତିପ୍ରୀତି ! !
ବ୍ରଜ ମୋହନ'ଙ୍କ ସର୍ବ ଅବଦାନ
ବଜ୍ରଅଙ୍ଗ ବିଜେସ୍ଥଳି
ଶ୍ରମ ଧନ ଦାନ ସ୍ଵଚ୍ଛ ତାଙ୍କ ମନ
ଦିନରାତି ଗଲେ ଭୁଲି ! !
ପ୍ରତିଷ୍ଠା ଦିବସ ତିଥି ମାନ ଯଶ
ଆୟୋଜନେ ମନପ୍ରାଣ ,
ନିୟମିତ ଭାବେ ପାଳନ୍ତି ସରାଗେ
ଏବ୍ରଜଙ୍କ ଅସୁଝାଋଣ ! !
ପତିବ୍ରତା ନାରୀ ବ୍ରତ ଉପଚାରି
କଳସୀରେ ଜଳଭରି
ଶୁଦ୍ଧପୂତ ମନେ ଢାଳନ୍ତି ସରାଗେ
ମହାଵୀର ନାମଧରି ! !
ତିନିଶତ ଆଠ ପୂର୍ଣ୍ଣ କୁମ୍ଭଜଳ
ମହାସ୍ନାନେ ଆମନ୍ତ୍ରିତ
ଗ୍ରାମ୍ୟ ପରିବେଶ ହୁଏ ମୁଖରିତ
ଏ'ପ୍ରଭୁଙ୍କ ମହିମା ସତ ! !
ଅନ୍ନ ବସନରେ ପରିପୂର୍ଣ୍ଣ ସତେ
ପର୍ବତ ଶିଖର ପୀଠ
ଭକତ ଅନେକ ପ୍ରଭୁ ବରପୁତ୍ର
ଦାନଧର୍ମେ ସିଦ୍ଧ ହସ୍ତ ! !
ଅପୂର୍ବ ମଣୋହି ସତେ ଅସରନ୍ତି
ସୁସ୍ଵାଦୁ ବ୍ୟଞ୍ଜନ ଅନ୍ନ
ପ୍ରଭୁକୃପା ଜାଣ ଏ'ଭକତଙ୍କ' ଦାନ
ଧୁରୁଷିଆ ଆଭୁଷଣ ! !
ଭକ୍ତି ଗୀତି ପ୍ରୀତି ସଂସ୍କୃତିର ଛବି
କେତେ ପୁଣି ଆୟୋଜନ
ଵିଶ୍ଵ ଶାନ୍ତି ଯଜ୍ଞ ସଂସାର କଲ୍ୟାଣ
ସମୃଦ୍ଧି ବିଜୟ ଜାଣ ! !
ପବନ ତନୟ ସଂକଟ ହରଣ
ମଙ୍ଗଳ ମୂରତି ରୂପ
ତବଶୁଭ ଦୃଷ୍ଟି ଆମ୍ଭରି ସମ୍ପତ୍ତି
ଜଳୁଥାଉ ଭକ୍ତିଦୀପ ! !
ଧୁରୁଷିଆ ଗ୍ରାମ ତୁମ୍ଭରି ଆଶ୍ରିତ
ହେ'ପ୍ରଭୁ କେଶରୀସୁତ
ମଙ୍ଗଳ ବିଧାନ କରହେ' ନନ୍ଦନ
ଶତଶତ ପ୍ରଣିପାତ ! !
! ! ! ! ! ! ! ! ! ! ! ? ? ? ? ! ! ! ! ! ! ! !
ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ , କଟକ ! !
