ହେ ନ୍ଯାୟଧୀଶ
ହେ ନ୍ଯାୟଧୀଶ
ହେ ନ୍ଯାୟଧୀଶ !
ଆଜିକାଲି କିଆଁ ପୀଡି଼ତା ନ୍ଯାୟ ପାଉ ନାହିଁ
ସମୟର ଚକ୍ର ଗଡି଼ବା ପରି
ଗଡେ଼ଇ ଦିଅ ତାରିଖ
ଯେତେ ଦିନ ଯାଏଁ ଅପରାଧୀ ମୁକ୍ତି ନ ପାଇଛି।
ଦେଖ !
ଆଜିକାଲି ଚାରିଆଡେ଼ ଚିତ୍କାର
ବିଚାରି ଧର୍ଷିତା ଅଥଚ ନ୍ଯାୟ ନ ପାଇଁ
ମୃତ୍ଯୁର କୋଳରେ।
ତୁମେ ତ ଧର୍ମାବତାର !
ଶୃଙ୍ଖଳିତ ରଖିବାକୁ କ'ଣ
ଏମିତି ନ୍ଯାୟ ଦେବାକୁ ଅଣ୍ଟା ଭିଡି଼ଅଛ ।
ତୁମେ ଧର୍ମ ନାମରେ ଅଧର୍ମର କୁ6ହୁକ
ଅମୃତ ନାମରେ ବିଷର ପୀୟୁଷ।
ଆଜି ତ ସଂସାରର ଭବିଷ୍ଯତ
ମରିମରି ଗଲାଣି
ନିରୀହ ନାରୀ ବି
ବାଟେ,ଘାଟେ ଓ ତୁଠେ
ପ୍ରଶୟ ଦେଉଛ କି
ଧର୍ଷଣ,ଶୋଷଣ ଓ ହତ୍ଯା କରିବାକୁ ।
ହେ ନ୍ଯାୟଧୀଶ !
ଜଗତକୁ ଉଦ୍ଧାର କର୍ମରେ ନିବେଶ ହୁଅନ୍ତୁ
ବୁଣି ଦିଅନ୍ତୁ ସତ୍ଯ ଶାନ୍ତି ପବିତ୍ରତା
ଯାହା ଏ ସଂସାର ପ୍ରେମମୟ ହୋଇ
ମେଲିଦେବ ନୂଆନୂଆ ଡାଳ।
