STORYMIRROR

Bunee Tripathy

Others

4  

Bunee Tripathy

Others

ହେ ନ୍ଯାୟାଧୀଶ

ହେ ନ୍ଯାୟାଧୀଶ

1 min
322

ହାତେ ତୁମ ଅସ୍ତ୍ର ରୂପି

ନ୍ଯାୟର କୁହୁକ ଦଣ୍ଡ

କାହା ମଥାରେ ଛୁଇଁଦେଲେ

ହେଉଥାଏ ହସହସ

ଅବା କିଏ ଦୁଃଖେ

ହେଉଥାଏ ଜର୍ଜରିତ।

ହାତରେ ନ୍ଯାୟର ନାକିତି ଧରି

ନ୍ଯାୟଦେବୀ ହୋଇଛନ୍ତି ଉଭା

ଆଖିରେ ବାନ୍ଧିଛନ୍ତି ପଟି

ସଭିଏଁ ଅଟନ୍ତି ସମାନ

କରିବାକୁ ଚାହାନ୍ତିନି ପାତରଅନ୍ତର।


ହେ ନ୍ଯାୟାଧୀଶ

ତୁମେ ଅଟ ମହାମାନବ

ସ୍ବାର୍ଥର ସମାଜେ

ସତ୍ଯର ବାର୍ତ୍ତାନେଇ

ହୋଇଅଛି ଆର୍ବିଭାବ।

ତୁମପାଖେ ନଥାଏ ତ

ଅନିତି ଆନ୍ଯାୟର କାଣିଚାଏ

ଯୋଗଜନ୍ମା ତୁମେ

ଲକ୍ଷଲକ୍ଷ ଲୋକଙ୍କର

ଆଶାର ବର୍ତ୍ତୀକାଜାଳି

ଦେଖାଉଛ ପଥ

ସତ୍ଯ ଅଟେ ଚିର ଶାଶ୍ବତ

ଚାଲିବାକୁ ପଡିପାରେ କଷ୍ଟ

ହେଲେବି

ହାତେ ଧରି ନ୍ଯାୟ ଦଣ୍ଡ

ନିଜେ ଚାଲ ଆଉ

ଚାଲିବାକୁ ଦିଅ ତ ଦର୍ଶାଇ।


ଅସତ୍ଯର ଦୁନିଆରେ

ତୁମେ ଏକା ସତ୍ଯର ପୂଜାରୀ

ଜାତି ଧର୍ମ ନିର୍ବିଶେଷ

ସଭିଙ୍କୁ ଦେଇଥାଅ

ସତ୍ଯର ଉପଚାର।

ତୁମ ପାଦେ ଢାଳୁ ତ ଅଞ୍ଜଳି

ସତ୍ଯ, ନ୍ଯାୟ ପଥେ

ନେଇଚାଲ

ଫିଟିଯାଉ ସଭିଙ୍କର ଆଖି

ବୁଝିବି ଯାଆନ୍ତୁ

ନ୍ଯାୟର ଦରବାରେ

ଅନିତିର ନାହିଁ ସ୍ଥାନ

ନ୍ଯାୟାଧୀଶ ତୁମେ

ସମାଜକୁ ଦେବତ ବାରତା

ମିଥ୍ଯାନୁହେଁ ସତ୍ଯର

ଆଶ୍ରୟରେ

ବଞ୍ଚିବା ତ ଆମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍