STORYMIRROR

Narayan chandra Senapati

Others

3  

Narayan chandra Senapati

Others

ହେ ନବବର୍ଷ ତୁମେ ଆମ ସମ୍ଭାବନା

ହେ ନବବର୍ଷ ତୁମେ ଆମ ସମ୍ଭାବନା

1 min
168


ହେ ନବବର୍ଷ

ନବ ବଧୂ ସାଜି ଆସ ଯେବେ ମୋ ପ୍ରିୟ ଧରାକୁ

ମାଘ ମାସ ବାଘ ଶୀତଟା ଥକି ଯାଏ

ପୁଲକ,ମହକ ଆଉ ଆଲୋକ ମାନେ

ମୃଦ୍ୟୁ ମୃଦୁ ହସି ଡାକନ୍ତି ବସନ୍ତ ମଳୟକୁ

ସଭିଙ୍କ ହୃଦୟେ ପଲ୍ଲବିତ ହୁଏ ନବୀନ ସମ୍ଭାବନା

ଆଶାରେ ଭରିଯାଏ ଆଶୁ ଉନ୍ମାଦନା

ଆକାଂକ୍ଷାର ପାରିଜାତଗୁଡାକ ପ୍ରସ୍ଫୁଟିତ ହେବାକୁ

ଚାହିଁଥାନ୍ତି ତୁମ ସରାଗର ଆଖିମିଟିକା।


ହେ ନବବର୍ଷ

କଳ୍ପନାର ଇନ୍ଦ୍ରଧନୁ ସାଜି

ଆସ ଯେବେ ହାତେ ଧରି ଯୋଜନାର ଜଟିଳ ନକ୍ସା

ନୀତି ନିୟମର କୁରୁକ୍ଷେତ୍ର ଚମକିଉଠେ

ସଂସ୍କାରର ପଞ୍ଚଜନ୍ୟ ଶଙ୍ଖଟା ହୁଙ୍କାର ଛାଡେ

ଶୃଙ୍ଖଳାର ନ୍ୟାୟାଳୟ ଖୋଜେ ବିଚାରବନ୍ତ ମାନବ

ଆଉ ଉତ୍ସବମାନେ କରନ୍ତି ସଂସ୍କୃତିର ଅଭିନବ ନୃତ୍ୟ।


ହେ ନବବର୍ଷ

ଆନନ୍ଦର ପାରାବାରେ ଆସଯେବେ

କମ୍ପାଇ ଉତଫୁଲ୍ଲତାର ତରଙ୍ଗ

ଶୁଭେ ସତର୍କତାର କଳରବ

ଜୀବନ ପରା ସୁଖ ଦୁଃଖର ମିଶ୍ରଣ

ପ୍ରେମ ପ୍ରୀତିର ନନ୍ଦନକାନନ

କର୍ମ ହିଁ ଫଳପ୍ରାପ୍ତିର ନିଦାନ

ଆଉ ଧର୍ମ ହିଁ ମାନବିକତାର ମାପକାଠି

ହେ ଆର୍ଯ୍ୟ...

ଗାଅ ବସୁଧୈବ କୁଟୁମ୍ଭକମ୍ ର ସୁଗମ ସଂଗୀତ

ବଜାଅ ବିଶ୍ୱଭ୍ରାତୃତ୍ୱର ଭେରୀ ତୂରୀ

ହସିଉଠୁ ସଭିଙ୍କର ଜୀବନ ସ୍ପନ୍ଦନ

ଏଇ ମଧୁମୟ ଅଧିବର୍ଷରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍