STORYMIRROR

Chittaranjan Nanda

Others

3  

Chittaranjan Nanda

Others

ହେ ମୋର କଳା କହେଁଇ

ହେ ମୋର କଳା କହେଁଇ

1 min
205


ଧରାରେ ଯେବେ ଧରମ ଗ୍ଲାନି ହୁଅ ଜାଣ ଧର୍ମ 

ସଂସ୍ଥାପନେ ଶ୍ରୀ ନାରାୟଣ ଅବତରନ୍ତି 

ସ୍ୱୟଂ ନିଜେ ଶ୍ରୀକୃଷ୍ଣ କେଶବ ଅର୍ଜୁନକୁ ଦିବ୍ୟଜ୍ଞାନ 

ଦେଇ ଗୀତା ରେ ଏକଥା କହନ୍ତି ।

           

ଶାସ୍ତ୍ରରେ ଅଛି ଶାସନ କ୍ଷେତ୍ରେ ଯେବେ ଅତ୍ୟାଚାରୀ,

ଅଧର୍ମୀ ତାର ଚେର ଦିଏ ଲମ୍ବେଇ

ଦିବ୍ୟ ପୁରୁଷ ଧରା ପୃଷ୍ଠରେ ଜନ୍ମ ନିଅନ୍ତି ଖଳର ଓ

ଅତ୍ୟାଚାରୀର ବିନାଶ ପାଇଁ ।


ପାଞ୍ଚ ହଜାର ଦୁଇ ଶହ ତେୟାଳିଶି ବର୍ଷ ପୂର୍ବେ 

କେତେ ଅତ୍ୟାଚାରୀ ରଜା ଥିଲେ

ଦିବ୍ୟ ପୁରୁଷ କୃଷ୍ଣ ଭାଦ୍ରବ ମାସର କୃଷ୍ଣ ଅଷ୍ଟମୀରେ 

ରୋହିଣୀ ନକ୍ଷେତ୍ର ଦିନ ଜନମ ନେଲେ ।


ଜନମି ଥିଲେରେ ଦେବକୀ କୋଳକୁ ଆସି, ସେ ଥିଲା 

ପରା ଅତ୍ୟାଚାରୀ ଶାସନର ମଥୁରା ପୁର 

ଶାସକର ଡରେ ଲୀଳା ଖେଳା କଲେ ଗୋପ ପୁରେ

କରିଥିଲେ ଧ୍ୱଂସ କଂସାସୁର ଶାସନର ।


ଅତ୍ୟାଚାରୀର ଶାସନ ବଳ ଗର୍ବରେ ବୁଦ୍ଧି ହୁଏ ବଣା

ସେ ଦିବ୍ୟ ପୁରୁଷଂକୁ ମାରିବା ପାଇଁ

ସେ ପୁତନା ହେଉ କି ବକାସୁର ହେଉ, ମାରି ପାରିଲା

କି କୁହ ହେ ମୋର ଭଉଣୀ ଭାଇ ।


କଂସ ପ୍ରାଣ ଗଲା, ମହାଭାରତ ଯୁଦ୍ଧରେ ଅଧିକାର

ପାଇଁ ସାରଥୀ ହେଲ 

ଅଧିକାରର ବିଜୟ ହେଲା, ଯେବେ ପାପ ପଶିଲା 

ନିଜ ବଂଶକୁ ନିଜେ ନାଶ ତ କଲ ।


ଅଧର୍ମ ଅତ୍ୟାଚାର ଦେଖା ଯାଉନିକି, ହେ ଷୋଳ 

କଳାର ଶ୍ରୀକୃଷ୍ଣ ତୁମେ ଜନମ ନିଅ 

ଅତ୍ୟାଚାରୀ, ଅଧର୍ମୀର କବଳରୁ ମଣିଷ ସମାଜକୁ 

ତୁମେ ସୁରକ୍ଷା କବଚ ପିନ୍ଧାଇ ଦିଅ ।


ପ୍ରଣାମ ସେଇ ପ୍ରେମମୟଙ୍କୁ, ଘନଶ୍ୟାମଙ୍କୁ, ଯଶୋଦା

ନନ୍ଦନ ଵ୍ରଜଵନ୍ଧୁଙ୍କୁ ରାଧା ବଲ୍ଲଭଙ୍କୁ !!

ପ୍ରଣାମ ସେଇ ଲବଣୀଚୋରା ଗୋପୀନାଥଙ୍କୁ, ଗିରିଧର 

ଗୋପାଳଙ୍କୁ, ରୁକ୍ମିଣୀ ପ୍ରାଣ ନାଥଙ୍କୁ !!

 

କିଏ ଡାକେ ମୁରଲୀଫୁଙ୍କା, ବ୍ରଜ ରସିକ ପୁଣି କିଏ 

ଡାକେ ତୁମକୁ କଳା କହେଁଇ, 

ହେ ଯଶୋଦା ସୂତ କୃଷ୍ଣ, ଆଜ ଦିନରେ ତୋହର 

ଅପାର କରୁଣା ଟିକେ ଦିଅ ଝରେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍