STORYMIRROR

Tankadhar Majhi

Others

3  

Tankadhar Majhi

Others

ହେ ! ମଣିଷ

ହେ ! ମଣିଷ

1 min
299

ହେ ମଣିଷ...

ତୁ କେବେ ବୁଝିପାରିବୁ ଯେ 

ତୁ ଜଣେ ଶ୍ରେଷ୍ଠ ପୁରୁଷ ବୋଲି

ଯେଉଁ ଶ୍ରେଷ୍ଠତା ଭିତରେ ବିଶ୍ୱ ଦେଖୁ

ସେ ଆଜି ଥୁଣ୍ଟା ଗଛ ପାଳଟି ସଢୁଛି

ଭିକ୍ଷା ମାଗୁଛି ଶିକ୍ଷାର ଅଭାବେ 

ହେ ମଣିଷ...

ଚୋର ହାତରେ ଚାବିକାଠି 

ମୁରବୀ ହାତରେ ଅତ୍ୟାଚାର

ଗରିବ ଅଣନିଶ୍ବାସୀ ଧନୀ ମୁଣାରେ 

ତୋ ଭୁଲର ପ୍ରାୟଶ୍ଚିତ ଭୋଗୁଛି ଜଗତ

ତୁ ଏତେ ନିଷ୍ଠୁର ହେଇ ପାରୁଛୁ କାହିଁକି ? 

ତୋ ମୂର୍ଖତା ସତ୍ତ୍ୱେ

ଚାପି ହେଉଛି ଧର୍ମ ପଥରରେ 

ସେ ଆଜି ବନ୍ଧୀ ହେଉଛି ନିଜ ସୀମାରେ 

ତଥାପି ତୋ ଶିରେ ବିଜୟୀ ମୁକୁଟ 

ହେ ମଣିଷ... 

ତୁ ରାଜନ, ଶିରୋମଣି 

ଭଲ ମନ୍ଦ ବିଚାର ଶୀର୍ଷରେ

ନିରୀହ ପ୍ରାଣୀ ତୋ ଶରଣରେ 

ମୁଣ୍ଡ ଗୁଞ୍ଜି ତତେ ସାହାରା ମାଗୁଛି

ତୁ କେବେ ଭାବିଛୁ 

ତୋ ଆଚରଣ ପଶୁ ତଳତୁଲ୍ୟ ହେବାରେ 

ଆଉ କିଛି ରହି ଯାଇଛି ଏକ ପାଦ ।

ହେ ମଣିଷ...

ତୁ ଘୁଞ୍ଚି ଯା କିଛି ବାଟ ଆଉ ଚିନ୍ତା କର

ଆଗକୁ ତୋ ବଂଶଧର ତତେ

ଦୋଷୀ ସାବ୍ୟସ୍ତ କରୁଛି ନା ପ୍ରଶଂସା 

ତୁ ମଣିଷ ନା ଜନ୍ତୁ ପାଲଟିଛୁ !! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍