Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

ହେ ମହାମହୋପାଧ୍ୟାୟ

ହେ ମହାମହୋପାଧ୍ୟାୟ

1 min
114



ହେ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ

ହରିଚନ୍ଦନ ମହାପାତ୍ର ସାମନ୍ତ

ଓଡିଶା ମାଟିର ଧ୍ରୁବତାରା ତୁମେ

ବିଜ୍ଞାନକୁ କରିଗଲ ଜୀବନ୍ତ ।


ନୟାପଡା ଜିଲ୍ଲା ଖଣ୍ଡପଡ଼ା ଗଡେ

କୃଷ୍ଣ ପୌଷ ଅଷ୍ଟମୀରେ

ରାଜା ଶ୍ୟାମବନ୍ଧୁ ରାଣୀ ବିଷ୍ଣୁମଲ୍ଲୀ

ନାଚିଲେ ତୁମ ଜନ୍ମରେ ।


ତୁଳସୀ ପରାୟେ ବାସି ମହକିଲ

ହସିଲା ଓଡ଼ିଆ ଭୂଇଁ

ଗୁରୁ ପିତା ମାତା ବିସ୍ମୟେ କହିଲେ

ଧନ୍ୟ ବୈଜ୍ଞାନିକ ତୁହି ।


ନିଜର ଛାଇକୁ ମାପୁଥିଲ ଯେବେ

ଭାବିଲେ ସର୍ବେ ପାଗଳ

ଚିଲ ଶାଗୁଣାଙ୍କ ବେଗ ମାପିଲାରୁ

ଥଟ୍ଟା ମଜା ହେଲା ଖେଳ ।


ଖାଲି ଆଖି ଅଣୁବୀକ୍ଷଣ ଯନ୍ତ୍ରଟା

ବାଉଁଶ ନଳୀର ସାଥେ

ଦୁଇ ଖଣ୍ଡ କାଠି ମାପିଲା ଦୂରତା

ପୃଥିବୀରୁ ନଭ କେତେ ?



ପୁରାତନ ଜ୍ୟୋତିର୍ବିଜ୍ଞାନୀ ହେ ଦେବ

ଅନୁମାନ କରି କେନ୍ଦ୍ର

ଗ୍ରହ ନକ୍ଷତ୍ରଙ୍କ ଦୂରତା ମାପିଲ

ହସୁଥିଲା ଧରାକେନ୍ଦ୍ର ।


ପର୍ଯ୍ୟବେକ୍ଷଣ ଓ ଗବେଷଣା ମନ୍ତ୍ରେ

ହିସାବକୁ କଲ ତନ୍ତ୍ର

ସିଦ୍ଧାନ୍ତ ଦର୍ପଣ ପୁସ୍ତକ ଖଞ୍ଜିଲ

ଦେବ ଭାଷା ବୁଦ୍ଧି ଯନ୍ତ୍ର ।


ନିଦ ହଜାଇଲ ରାତି ଭୁଲିଗଲ

ଜ୍ୟୋତିର୍ବିଜ୍ଞାନୀ ଲକ୍ଷ୍ୟରେ

ପୁଣ୍ୟ ଭାରତୀୟ ସଂସ୍କୃତି କମ୍ପିଲା

ପଠାଣି ଉଚ୍ଚ ଡାକରେ ।


 

ବିଜ୍ଞାନକୁ ଦେଇ କି ଉଦାହରଣ 

ତା ମଧ୍ୟେ ତୁମେ ତ ଶ୍ରେଷ୍ଠ

ଆଜି ଶୁଭ ଦିନେ ଜଣାଉ ଶୁଭେଚ୍ଛା

ଘେନ ହେ ଆଚାର୍ଯ୍ୟ ଜ୍ୟେଷ୍ଠ ।



Rate this content
Log in