ହେ ଲମ୍ବୋଦର
ହେ ଲମ୍ବୋଦର
ହେ ଲମ୍ବୋଦର ବିଶାଳ ଉଦାର
କୃପା କରିବକି ଥରେ,
ଏ ସଂସାର,ମିଛ ମାୟା ଭରା
ସେଥି ଲାଗି ହୃଦ ଡରେ ।
ଥରୁଟିଏ ପାଇଁ ନିଅ ପ୍ରଭୁ ମତେ,
ମୋହରି ଗୁହାରି ଘେନ,
ଭୋଗ ରାଗ ଦେବି,ତୋ ନାମ ଗାଇବି,
ସେ ହିଁ ମୋହରି ପ୍ରାଣ ।
ସଂସାର ଆଉକି ହୋଇବ ମୋ ଲୋଡା,
କା ସାଥେ କରିବି ଘର,
ସେ ମତେ ଛାଡି ଗଲା ଦିନ ଠାରୁ,
ସବୁ ଲାଗେ ପର ପର ।
ତୁମେହିଁ ପାରିବ ହେ ଗଣେଶ,
ପାର୍ବତୀ ସୁପୁତ୍ର ତୁମେ,
ଦାରୁଣ କରୁଣ ଦୁଃଖରେ ପଡିଛି,
କି ମିଳିବ ଏହି ଧାମେ ।
କିଏ କାହାପାଇଁ, କିଏ କି ଜାଣିବ
କାହା ମନେ କଣ ଦୁଃଖ,
ହେ ଗଜ ଶୀର,ଲାଗୁଚି ଅଧିର,
ନିଅ ହେ ମୋ ପ୍ରିୟ ପାଖ ।
ନିଦେ ନାହିଁ ସ୍ୱପ୍ନ,କେବଳ ମାତର,
ସର୍ବଦା ତାହାରି ଚିନ୍ତନ,
ଘାରୀ ମାରୁଅଛି, ପ୍ରେମ ଘାରୀ ଅଛି,
ଇଚ୍ଛା ହୁଏ ଯିବି ମଉନ ।
ହେ ବ୍ରଜେନଦ୍ର ଗିରିଜା ନନ୍ଦନ
ସର୍ବ ଦେବଗ୍ରେ ପୂଜିତ,
ତାରି ଦିଅ ପ୍ରଭୁ ମୋ ଦୁଃଖ କ୍ଳେସ,
ମଥା କରିଛି ମୁଁ ନତ ।
