STORYMIRROR

Narayan chandra Senapati

Others

3  

Narayan chandra Senapati

Others

ହେ....ଜନସେବା

ହେ....ଜନସେବା

1 min
416


ହେ ଜନସେବା.....

ଜୁନ ବାଇଶି ନିଶାର୍ଦ୍ଧରେ ଛପି ଛପି ଆସି

ଠକ ଠକ କର ଯେବେ ମୋ ହୃଦୟର ଦକ୍ଷିଣ କବାଟ

ଆଖିରୁ ନିଦ ହଜିଯାଏ

ତୃତୀୟ ନୟନରେ ଦେଖେ ମୁଁ ଦିବ୍ୟ ପ୍ରତିଛବି

ସେଇ ଦରଦୀ ମଣିଷଟା.....

ନିଜ ପୁତ୍ରକୁ ମରଣ ମୁଖରେ ଛାଡି କହୁଥିଲା...

ସେପଟେ ମୋର ଶତ ସହସ୍ର ସନ୍ତାନ ମରିଯିବେ ଯେ

କିଏ ସର୍ବସ୍ୱ ତ୍ୟାଗ କରି

ସତ୍ୟକୁ ପୂଜାକରି କରି ବାଣ୍ଟୁଥିଲା ତ୍ୟାଗର ବ୍ରହ୍ମସ୍ୱ

ଆଉ ଜଣେ ସ୍ୱାଭିମାନର ସ୍ୱଚ୍ଛ ମୁକୁଟ ପିନ୍ଧି

ପୋଛୁଥିଲା ଅଗଣିତ ଓଡ଼ିଆଙ୍କ ଆଖିରୁ ଲୁହ।


ଆଜି ବି ମନେ ପଡେ 

ସେହି ସେବକ ବିନୋବାଙ୍କ ଭିକ୍ଷା

ଜମିଖଣ୍ଡେ ଦିଅ ବାବୁ....ଏ ଭୂମିହୀନ ଦରିଦ୍ରଙ୍କୁ

ଅସ୍ଥି ପିଞ୍ଜରା ଦେଖା ବାପୁଜୀଟା

ଦେଶ ସେବା କରୁକରୁ ଗୁଳିଖାଇ ମରିଗଲା ସତ

ହେଲେ ଭୁଲିଲାନି କହିବାକୁ ହସି ହସି ହେ ରାମ...

ଗେରୁଆ ସନ୍ୟାସୀଟା 

ମାନବର ସେବା କରୁ କରୁ

ପାଲଟି ଗଲା ମାଧବ

ଆନନ୍ଦର ଅଶ୍ରୁ ବିଗଳିତ ହୁଏ

ଯେବେ ଅନୁଭବ କରେ ମାନବ

ସେବାରାଣୀ ମଦର ଟେରେସାଙ୍କ ହାତର ଅନୁପମ ସ୍ପର୍ଶ

ବାସ୍ତବରେ ଏଇତ ଥିଲା ତୁମ ଅପୂର୍ବ ରୂପକାନ୍ତି।


ଶୁଣିଛି...ଆତ୍ମବଡିମାକୁ ଛାଡପତ୍ର ଦେଇଛ କାଳେ ତୁମେ

ଆତ୍ମ ବଳିଦାନର ସ୍ଲୋଗାନ ତୁମ ମର୍ମସ୍ପର୍ଶୀ ଆହ୍ୱାନ

ନିଃସ୍ୱାର୍ଥପରତାର ପୁଷ୍ପରେ ...

ମମତାର ସୁତାଟା ଯେବେ ଗୁନ୍ଥେ ସ୍ନେହର ମାଳ

ଅହଂକାର କଣ୍ଟାଗୁଡ଼ାକ ଭୟରେ ଲୁଚନ୍ତି

ଆତ୍ମାର ମୂଳଟା ଏତେ ସୁଦୃଢ଼ ଥାଏ ଯେ

ରୋଗ ଦୁଃଖ ଶୋକ ଛଦ୍ମରୁପୀ ଖଳନାୟକଙ୍କୁ ଉପହାସ କରି ଘଉଡାଇଦିଏ କହି...

ଭୀରୁ..କାପୁରୁଷ କୋଉଠିକାର

ଶିଖ ସେବା....କର ଧର୍ମ

ଅର୍ଜନ କରରେ ବାଉଳା ପୁଣ୍ୟ

ମୁଁ ପରା ଭଗବାନଙ୍କର ହାତର କୁହୁକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍