Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ହେ ' ଈଶ୍ଵର

ହେ ' ଈଶ୍ଵର

1 min
178



ଭକ୍ତିପୂତ ଭାବ ହୁଏ ପ୍ରକଟିତ 

  ଏ'ଭବ ସଂସାରେ ସତ୍ୟ , 

ଧର୍ମୀୟ ଭାବନା ଈଶ୍ଵରୀୟ ସତ୍ତା 

  ମାନବ ମନରେ ନିତ୍ୟ ! ! 


ହେ'ପ୍ରଭୁ ଈଶ୍ଵର ଅଦୃଶ୍ୟ ଠାକୁର 

   ଭାବନାର  ଚିର ଛବି , 

କିଏବା ଦେଖିଛି ତବ ରୂପକାନ୍ତି 

   ସର୍ବେ କିନ୍ତୁ  ଅନୁଭବି ! ! 


ଏ'ମର୍ତ୍ତ୍ୟ ମଣ୍ଡଳେ ତବ ଛବି ଭାସେ 

   ଭାବନାର ଅନ୍ତଃରାଳେ , 

ଭକତି ପ୍ରଣତୀ  ସଭିଏଁ ଢାଳନ୍ତି 

   ତବ ପାଦ  ପଦ୍ମ ତଳେ ! ! 


ବିପଦ ଆପଦେ ସଂକଟ ସମୟେ 

    ଶରଣ ପଶନ୍ତି ସର୍ବେ , 

ମନରେ ସଦିଚ୍ଛା କର କୃପା ବର୍ଷା 

   ସୁଖଶାନ୍ତି ଖେଳେଭବେ ! ! 


ପ୍ରତିମା ପୂଜନ  ସନାତନ ଧର୍ମ 

   ବିଶ୍ଵରେ ସାଜିଛି ଶ୍ରେଷ୍ଠ   , 

ଦେବ ଦେବାଳୟ ସୁରମ୍ୟ ଆଳୟ 

    ଇଶ୍ଵରୀୟ  ଧର୍ମ ପୀଠ ! ! 


ଅଦୃଶ୍ୟରେ ଦୃଶ୍ୟ ତବ ସତ୍ତା ସତ୍ୟ 

   ସର୍ବ ସ୍ଥାନେ ପ୍ରକଟିତ , 

ଆଜିବି ଚେଷ୍ଠିତ  ଏ' ମର୍ତ୍ତ୍ୟ ମାନବ 

   ଦେଖିବାକୁ  ତବଚିତ୍ର ! ! 


ପ୍ରଗାଢ଼ ବିଶ୍ଵାସ ମାନବର ନିତ୍ୟ 

    ମନପ୍ରାଣ  ଆନ୍ଦୋଳିତ , 

ବିଶ୍ଵାସରେ ହରି ଜନ୍ମଇ ସବୁରି 

   ଆହାକି ଭକତି ଚିତ୍ତ  ! ! 


ହେ'ପ୍ରଭୁ ଈଶ୍ଵର ଥରେ ଦେଖାଦିଅ 

    କବି କରେ ଅନୁରୋଧ , 

ଜୀବନ ସାର୍ଥକ ହୋଇବ ଆମ୍ଭର 

   ଆତ୍ମାମନ ହେଵଶୁଦ୍ଧ  !!



Rate this content
Log in