Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.6  

Sadananda Sahoo

Others

ହେ ' ଈଶ୍ଵର କୋଟିକୋଟି ନମସ୍କାର

ହେ ' ଈଶ୍ଵର କୋଟିକୋଟି ନମସ୍କାର

1 min
74



ହେ' ବିଶ୍ଵ ନିୟନ୍ତା ବ୍ରହ୍ମାଣ୍ଡ ଦେବତା 

    ତୁମରି ସ୍ଵୀକୃତି ସବୁ , 

ତୁମ ଆଦେଶରେ ଗଛ ପତ୍ର ହଲେ 

   ଆଭାସ ବିଭାଷ ବିଭୁ ॥ 

ତୁମେ ତାରି ପାର ତୁମେ ମାରି ପାର 

    ସଂଜୀବନୀ କର୍ଣ୍ଣ ଧାର , 

ସଙ୍କଟ ଉତ୍କଟେ ବିପଦ ଆପଦେ 

     ସାହା ହୁଅ ନିରନ୍ତର ॥ 

ହେ'ଈଶ୍ଵର କୋଟିକୋଟି ନମସ୍କାର ॥ 

ଅଶା ଭରସାର ତୁମେ ସୂତ୍ର ଧର 

   ମହନୀୟତା'ର ଛବି , 

ସୂର୍ଯ୍ୟ ଚନ୍ଦ୍ର ତାରା ସମର୍ପଣେ ପରା 

    ସର୍ବ ଜୀବ ଅନୁଭବି ॥ 

ସୁରମ୍ଯା ଧରିତ୍ରୀ ସବୁଜ ବନାନୀ 

    ବେଳାଭୂମି ସାଗର'ର , 

ନଦ ନଦୀ ହ୍ରଦ ପର୍ବତ ଶିଖର 

     ସବୁ ତୁମ ହସ୍ତାକ୍ଷର ॥ 

ହେ'ଈଶ୍ୱର କୋଟିକୋଟି ନମସ୍କାର ॥

ହସ କାନ୍ଦ ଭରା ଏ ଦୁନିଆଁ ପରା 

   ଲୀଳାମୟ ତୁମେ ବିଭୁ , 

ଦୁଃଖ ସୁଖ ଚିତ୍ର ସଂସାରେ ଆଙ୍କିଛ

    ବାକିତ ରଖିନ ପ୍ରଭୁ ॥ 

ରୋଗ ଶୋକ ଦୁଃଖ ତୁମ ସମର୍ପଣ 

    ବୈଚିତ୍ର୍ୟତା ସଂସାର'ର , 

ଧନୀ ଗରିବର ପ୍ରଭେଦ ବିଚାର 

    ସବୁ ତୁମ ଜ୍ଞାତସାର ॥ 

ହେ'ଈଶ୍ୱର କୋଟିକୋଟି ନମସ୍କାର ॥ 

କାହାକୁ ଦେଇଛ ପାଟ ପୀତାମ୍ବର 

   କାହା ଭାଗ୍ଯେ ଛିଣ୍ଡା କନା , 

ସର ଲବଣୀରେ କିଏ ଭାସୁଥାଏ 

    ଆଉକେ ପାଏନି ଦାନା ॥ 

ମାୟା ବନ୍ଧନରେ ବାନ୍ଧି ରଖିଛହେ 

    ଜନ ନେତ୍ରେ ଭରି ଲୁହ , 

ତବ ସୁବିଚାର ତୁମକୁ ଗୋଚର 

   ସଂସାରେ ଭରିଛ ମୋହ ॥ 

ହେ'ଈଶ୍ଵର କୋଟିକୋଟି ନମସ୍କାର ॥

ମିଛ ମାୟା ସିନା ଏ' ସାରା ଦୁନିଆଁ 

    ପ୍ରଭୁ ଏକା ତୁମେ ସତ୍ୟ , 

ଭାବର ଆବେଗ କରଇ ଅଥୟ 

    ଭକ୍ତ ଜନ ଝୁରେ ନିତ୍ୟ ॥ 

ଲକ୍ଷକୋଟି ଜନ ତୁମରି ସନ୍ତାନ 

    କରୋନା ସଙ୍କଟେ ଆଜ , 

ଜାଣିଶୁଣି ତୁମେ ଅଛକି ନୀରବେ 

    ଆହାକି ତୁମର ଧର୍ଯ୍ୟ ॥ 

ହେ'ଈଶ୍ଵର କୋଟିକୋଟି ନମସ୍କାର ॥        



Rate this content
Log in