STORYMIRROR

Bijaya Panda

Others

3  

Bijaya Panda

Others

ହେ ଈଶ୍ୱର ତୁମର ଏଇ ପୃଥିବୀରେ

ହେ ଈଶ୍ୱର ତୁମର ଏଇ ପୃଥିବୀରେ

1 min
227

ହେ ଈଶ୍ୱର,

ତୁମର ଏଇ ପୃଥିବୀରେ

କୋଟି କୋଟି ମଣିଷ ତ ସୃଷ୍ଟି କରିଲ

ମାନବିକତା ଟିକେ ଭରିଦେବାକୁ ଭୁଲିଗଲ କି ପ୍ରଭୁ !


ହେ ଈଶ୍ୱର,

ତୁମର ଏଇ ପୃଥିବିରେ ମଣିଷ ଗଢ଼ିଲାବେଳେ

ମୁଖାଟିଏ ଦେବାକୁ ମନସ୍ଥ କରିଥିଲ କି !!

ଜନ୍ମ ନେଲାବେଳେ ତ କାହିଁ ନଥିଲା

ବଡ଼ ହେଲା ପରେ ବହୁରୂପୀ ହେଇ

ଭିନ୍ନ ଭିନ୍ନ ମୁଖାରେ ଆବୃତ୍ତ କଲା କାହିଁକି


ହେ ଈଶ୍ୱର,

ତୁମର ଏଇ ପୃଥିବୀରେ

ଝିଅ ପୁଅର ପ୍ରଭେଦ ତ କିଛି ରଖିନଥିଲ

ମାତୃଗର୍ଭରେ ମାଂସ ପିଣ୍ଡୁଳା ଟିଏ ଗଢ଼ିଥିଲ

ଭୂଇଁ ଛୁଇଁଲା ପରେ କାହିଁକି କନ୍ୟା ସନ୍ତାନର

ଭାଗରେ ଅଲୋଡ଼ା ଅଯାଚିତ ଭାବ !!


ହେ ଈଶ୍ୱର,

ତୁମର ଏଇ ପୃଥିବୀରେ ମାନବକୁ

କର୍ମ ତୁମେ ହିଁ ଦେଇଛ, ବୁଦ୍ଧି ବି ତୁମେ ହିଁ ଦେଇଛ

ହେଲେ ମଣିଷ ମନରେ ଯୌନ ଶୋଷଣ ନର ହତ୍ୟା ଭଳି

ଜଘନ୍ୟ ଅପରାଧର ରୋଗ କାହିଁକି ଭରିଲ !


ହେ ଈଶ୍ୱର,

ତୁମେ ତ ହର୍ତା କର୍ତ୍ତା ଦୈଵ ବିଧାତା

ତୁମର ଏ ଅଧମ ସନ୍ତାନର ଏ ସବୁ ଜ୍ଞାନର ପରିଧି ବାହାରେ

ଏ ସଂସାରରେ ଘଟୁଥିବା ସବୁ ଅଘଟଣ କଣ

ତୁମ ସମ୍ମତିରେ ଘଟେ !


ହେ ଈଶ୍ୱର,

ତୁମର ଏଇ ପୃଥିବୀରେ

ତୁମ ବିନା ଅନୁମତିରେ ତ ଗଛରୁ ପତ୍ରଟିଏ ବି ତଳକୁ ଖସେନି

ପବନ ବି ଗତି ବଦଳାଇପାରେନି

ସୂର୍ଯ୍ୟ ବି ନିର୍ଦ୍ଧିଷ୍ଟ ଦିଗରୁ ତୁମ ନିର୍ଦ୍ଧାରିତ ସମୟରେ ହିଁ

ଉଇଁ ଥାନ୍ତି, ଅସ୍ତଗାମୀ ବି ହୁଅନ୍ତି

ଚନ୍ଦ୍ରମା ବି ଆସେ ତୁମ ଇଚ୍ଛାରେ

ସାଗର ଗର୍ଜ୍ଜନ ବି ତୁମ ଇଚ୍ଛାରେ

ବୈଶାଖ ବର୍ଷା ବସନ୍ତ ସବୁ ତୁମ ଇସାରାରେ

ତୁମ ବିନା ଅନୁମତିରେ ନା ଚକ ଗଡ଼େ ନା ରଥ ଚାଲେ

ଜନ୍ମ ମୃତ୍ୟୁ ଯନ୍ତ୍ରଣା ବେଦନା ତାଡ଼ନାଯଦି ତୁମର ଲିଖିତ

ମରୁଡ଼ି ଦୁର୍ବିକ୍ଷ ବନ୍ୟା ମହାବାତ୍ୟା ଯଦି ତୁମ ପ୍ରାୟୋଜିତ

କର୍ମ ବି ଯଦି ତୁମର ଦାନ

କର୍ମ ଫଳ ଯଦି ତୁମର ବିଚାର

ତାହେଲେ ଏ କୁକର୍ମ ବ୍ୟଭିଚାର ରୁଗ୍ଣ ମାନସିକତା କି ତୁମ ପ୍ରଦତ୍ତ !!


ପ୍ରଭୂ ଏସବୁ ପ୍ରଶ୍ନର ଉତ୍ତର ବି କାଳେ

ତୁମେ କେବେଳ ପାଖେ ହିଁ ସୀମିତ

କହିଦିଅନ୍ତନି ଥରେ

ନୟନେ ନହେଲେ ବି ସପନରେ ଆସନ୍ତନି ଥରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍