STORYMIRROR

Sabitri Mahapatra

Others

3  

Sabitri Mahapatra

Others

(ହେ ଈଶ୍ୱର) ଦିଅ ନାହିଁ ପୁନର୍ଜନ୍ମ

(ହେ ଈଶ୍ୱର) ଦିଅ ନାହିଁ ପୁନର୍ଜନ୍ମ

1 min
193


ମୁଁ -କନ୍ୟା

 ଲେଲିହାନ ଶିଖା ମଧ୍ୟେ

 ଅଗ୍ନିବର୍ଷୀ ବନ୍ୟା.

ଜନ୍ମ ଠାରୁ ମୃତ୍ୟୁଯାଏ

 ସ୍ଥିରୀକୃତ ବନ୍ଧନରେ

  ବୋଲାଏ ସୁଲଗ୍ନା.1


ସମ୍ପର୍କର ଚଉହଦି ମଧ୍ୟେ

 କେତେ ସମ୍ମାନୀୟା ଏଠି

କନ୍ୟା, ବାମା, ମାତା

ପିତା, ଭର୍ତ୍ତା(ପତି) ପୁତ୍ରଙ୍କର 

ଛତ୍ରଛାୟା ତଳେ

 ଲୁକ୍କାୟିତ ଅନ୍ତରର

 ଅସହାୟ ବ୍ୟଥା.

କ୍ଷତାକ୍ତ, ରକ୍ତାକ୍ତ ତାର

 ହୃଦୟ ଓ ମନ...

ମୁହୂର୍ତ୍ତରୁ ମୃତ୍ୟୁ ଯାଏ

 ପ୍ରତି କ୍ଷଣେ ଲଭେ ପୁନର୍ଜନ୍ମ

ଲେଖା ତାର ଭାଗ୍ୟେ ଖାଲି

 ଯନ୍ତ୍ରଣାର ଅହେତୁକ ସଂଜ୍ଞା

  ସିନ୍ଦୂରର ଶୃଙ୍ଖଳରେ

ବନ୍ଦିନୀ ସେ ସ୍ୱତଃପୂର୍ତ ପ୍ରଜ୍ଞା.

କେତେ ତାରତମ୍ୟ ଏଠି

 ପୁରୁଷ ଓ ନାରୀଙ୍କ ଭିତରେ.

ସ୍ୱାମୀଟିଏ ପ୍ରଭୂତ୍ୱ ଜାହିର

 କରିପାରେ ପ୍ରତି

   ମୁହୂର୍ତ୍ତରେ.

ଏପରିକି --ନିୟନ୍ତ୍ରଣ

    କରିପାରେ ---

ଇଚ୍ଛା, ସ୍ୱପ୍ନ, ମାନ,ଅଭିମାନ

 ତ୍ୟାଗ ଓ କର୍ତ୍ତବ୍ୟର

 ଆଦି ଅନ୍ତ ଖୋଜୁ ଖୋଜୁ

ସରିଯାଏ ତା ନାରୀଜୀବନ.

 ଦିବାନିଶି ପ୍ରଜ୍ୱଳିତ ହୃଦ

  ସୂକ୍ଷ୍ମତନ୍ତ୍ରୀ

ସ୍ଥିରୀକୃତ କରେ ଏକ

 ନିନ୍ଦିତ ଜରାୟୁ.

ନେଇ ଏକ ଅଭିଶପ୍ତ ରୂପ-

କନ୍ୟା, ଭଗ୍ନୀ, ଜାୟା,ମାତା

  ଜନ୍ମ ତାର କଦାପି

   ନହେଉ....

ଯଦିଚ ସେ ଜନ୍ମନିଏ ----

  କନ୍ୟା --ବହ୍ନି

  ଜାୟା --ଅଗ୍ନି

  ମାତା --ଶକ୍ତି

  ଭଗ୍ନୀ --ରୁଦ୍ରୀ

    ରୂପ ତାର --

ଅହଂମୟ ପୁରୁଷର

ସବୁ ଗର୍ବ, ସବୁ ଦମ୍ଭ

 ଚୂର୍ଣ୍ଣ କରିଦେଉ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍