STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ହେ ଚୌରାଗ୍ରଗଣ୍ୟ ପୁରୁଷ ନମାମି

ହେ ଚୌରାଗ୍ରଗଣ୍ୟ ପୁରୁଷ ନମାମି

1 min
138

ଶିଖୀଖଣ୍ଡ ଶିଖ ବ୍ରଜରାଜ ସୁତ

   କାନ୍ତି ନବଜଳଧର ନିନ୍ଦିତ ହେ

 ଶୁଭ୍ର ଶଶାଙ୍କ ଦଳିତ ବିଧୁମୁଖ

 ଚାରୁ ମନ୍ଦହାସ ସୁର ବନ୍ଦିତ ହେ ।।


 ଚୁର୍ଣ୍ଣ କୁନ୍ତଳ ମସ୍ତକେ ବିଶୋଭିତ

 ରସ ସେଖର ନାଗର ଖଞ୍ଜନେତ୍ର

 ଶ୍ୟାମ ସୁନ୍ଦର ମନ୍ଦର ଧାରଣ ହେ

 ବ୍ରଜ ବସନ୍ତ ମଳୟ ମରୁତ ହେ ।।


 ଗଳେ ବନମାଳ ମଣି ମରକତ

 ଗୁଞ୍ଜ ମାଳ କଉସ୍ତୁଭ ହୃଦ ପଦ୍ମେ

 ବେଣୁକରେ ତା କଙ୍କଣ ବିରାଜିତ  

 କୋଟି ମାର ଜିଣି ଦିଶେ ନନ୍ଦସୁତ ।।


 ଅଙ୍ଗେ ପାଟ ପୀତାମ୍ବରି ଦିବ୍ୟ ବସ୍ତ୍ର

  ରତ୍ନ ମେଖଳା ଖଚିତ କଟିପଟ

 ପଦେ ନୂପୁର ତ୍ରୀଭଙ୍ଗି ଛନ୍ଦାପଦ

 କୋଟି ଭାନୁ ଜ୍ଵୋତି ଜ୍ଵୋଳେ ନନ୍ଦସୁତ ।।


 କଦମ୍ବ ମୂଳିଆ ନବ ନଟବର

 ଗୋପୀକା ଦୁକୁଳ ନବନୀତ ଚୋର

 ଅଶେଷ ଜନ୍ମାର୍ଜିତ ପାପ ଚୈ।ର ହେ

 ହେ ଚୌରାଗ୍ରଗଣ୍ୟ ପୁରୁଷ ନମାମି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍