STORYMIRROR

KAMAKSHYA PRASAD BEHERA

Others

3  

KAMAKSHYA PRASAD BEHERA

Others

ହେ ବସନ୍ତ

ହେ ବସନ୍ତ

1 min
129


ହେ ବସନ୍ତ

ଗାଦି ତୁମର ସ୍ଥିର ଅଛି

ପ୍ରଜାମାନେ ଯାହା ଅସ୍ଥିର ।

କେବେ କେବେ

ଅମାନିଆ କୁହୁଡିଟା

ଅସ୍ତବ୍ୟସ୍ତ କରିଦିଏ

ଶରତ, ଶୀତକୁ ଲଙ୍ଘି

ତେଣୁ

ଶିଙ୍ଗ ଦେଖାଇ ବାହାରିଛି ଗ୍ରୀଷ୍ମ,

ବର୍ଷାର ଜୁଲମ କହିଲେ ନସରେ ।

ଏବେ

ବିଜ୍ଞାନର କୃଷି ଖାଇ

ଵଞ୍ଚିଛନ୍ତି ଜୀଵକୁଳ ଯାହା, ସେଥିପାଇଁ

ବିଳମ୍ବରେ ହେଉ ପଛେ

କୋଇଲିର ମିଠା ସ୍ଵର ତୁମପାଇଁ ଶୁଣାଯାଏ ,

ମଳୟର ମୃଦୁ ପରଶ

ଵେଳଥାଉ ଛୁଇଁଥିବା ତପ୍ତ ଯଉବନରେ

ଶାନ୍ତିକୁ ଆହ୍ଵାନ କରି ସ୍ବପ୍ନ ଦେଖାଏ।

ଦୋଷ ତୁମର ନଥାଉ ପଛେ

ବିଜ୍ଞାନ କ'ଣ ମାନିନେଵ ନିଜ ଅପରାଧ।

ଧ୍ଵଂସ ଜଙ୍ଗଲ, ଖଣିଜ ଉତ୍ତୋଳନ

ଶିଳ୍ପ ସମୃଦ୍ଧି ହେଉ ଅବା

କ୍ଷେପଣାସ୍ତ୍ର ପରୀକ୍ଷା କି 

ଆଣବିକ ଯୁଦ୍ଧରେ ଏବେ

ଵିଦୀର୍ଣ ପ୍ରକୃତିର ସପ୍ତରାଗ ।

ତଥାପି ଆପଣାର ସମ୍ମାନ ବଞ୍ଚାଇ

ତୁମେ ପ୍ରତି ବର୍ଷ ଆସିଥାଅ

ନିଜ ସ୍ଥିତି ସନ୍ତୁଳନ ରଖି

ପ୍ରକୃତିରାଣୀଙ୍କ ଅଙ୍ଗରେ

ନଵବସ୍ତ୍ର ଭେଟି ଦେବା ପାଇଁ

ନାନା ରଙ୍ଗ କୁସୁମରେ ଅଭ୍ୟର୍ଥନା ଜଣାଇ

ମିଠା ଵାସ୍ନା ଟିକିଏ ଵାଣ୍ଟି ଦେବା ପାଇଁ ।



Rate this content
Log in