Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Others

4  

Mahesweta Panigrahi

Others

ହେ ବନ୍ଧୁ

ହେ ବନ୍ଧୁ

1 min
233


ବନ୍ଧୁ ପରି ବନ୍ଧୁଟିଏ ତୁମେ 

ଆହେ ଜଗବନ୍ଧୁ, 

ମୁଁ ତ ଦରିଆଟିଏ 

ତୁମେ ମହାସିନ୍ଧୁ l 


ଦ୍ରୌପଦୀର ସଖା ତୁମେ 

କୋଟି ବସ୍ତ୍ର ଦେଲ, 

ଦରିଦ୍ର ସୁଦାମା ପାଶେ 

ନିଜେ ସେବା କଲ l


ଧର୍ମକ୍ଷେତ୍ରେ ପାର୍ଥ ରଥେ 

ସାରଥୀ ସାଜିଲ, 

ପାପ ପୁଣ୍ୟ ଦୁଇ ଭାଷା 

ଶ୍ରୀମୁଖେ କହିଲ l 


ବନ୍ଧୁ ପଣେ ତୁମ ଠାରୁ 

କିଏ ଯିବ ବଳି, 

ସୁଗ୍ରୀବର ବନ୍ଧୁ ହୋଇ 

ନିପାତିଲ ବଳି l 


ହସ୍ତିନା ଭୁବନ ଦିନେ 

ବନ୍ଧୁପଣେ ଯାଇଥିଲ, 

ଶାଗ ଭଜା ବିଦୁରର 

ଖୁସିରେ ଖାଇଲ l 


ଶୁଣ ପ୍ରଭୁ ହୃଷୀକେଶ 

ବାରେ ମୋ ଜଣାଣ, 

ମହୀ ତଳେ ରହି ଅଛି 

ତୁମ ବଡ଼ପଣ l 


ସୃଷ୍ଟି କର ଭ୍ରାତୃଭାଵ 

ବନ୍ଧୁତାର ଡୋରି, 

ଶାନ୍ତି, ମୈତ୍ରୀ, ବନ୍ଧୁ ଭାବ 

ହୃଦୟେ ସବୁରି l 


ବିନା ସ୍ଵାର୍ଥେ ପ୍ରୀତି ରହୁ 

ବନ୍ଧୁର ହୃଦରେ, 

ହାତ ମୁଠା ଶକ୍ତ ହେଉ 

ବନ୍ଧୁର ପଥରେ l 



Rate this content
Log in