ହେ' ବିଶ୍ଵ ନିୟନ୍ତା ବିଶ୍ଵକର୍ମା
ହେ' ବିଶ୍ଵ ନିୟନ୍ତା ବିଶ୍ଵକର୍ମା
ଆହେ ବିଶ୍ଵକର୍ମା କାର୍ମିକ ପ୍ରତିମା
ଶତଶତ ପ୍ରଣିପାତ ,
କୁଶଳୀ ବିନ୍ଧାଣି ଗଢିଲକି ଜାଣି
ସୃଷ୍ଟିର ବିଚିତ୍ର ଚିତ୍ର ।
ପୁଣ୍ୟପ୍ରଭା ତିଥି ସଙ୍କରାତି ଆଜି
ତବ ମହୋତ୍ସବ ପର୍ବ ,
ପୁରପଲ୍ଲୀ ଠାରୁ ସହର ବଜାର
ମୂର୍ତ୍ତୀମନ୍ତ ଆବିର୍ଭାବ ।
ମହାନୁଭବର ଜୀବନ୍ତ ଠାକୁର
ଜୟ ଜୟ ବିଶ୍ଵକର୍ମା ,
ପରିକଳ୍ପନାର ମହାସୂତ୍ର ଧର
ନିର୍ମାଣର ନାହିଁ ସୀମା ।
ରହିଛି ପ୍ରବାଦ କହାଣୀ ନିଚ୍ଛକ
ଶ୍ରୀମନ୍ଦିର ଗାଥାକଥା ,
ରାଜା ଇନ୍ଦ୍ରଦ୍ୟୁମ୍ନ ଆଦେଶ ସଂକଳ୍ପ
ଆବଦ୍ଧ କୋଠରି ନିଷ୍ଠା ।
ଠକଠକ ଶବ୍ଦ ନଶୁଣିଲା କର୍ଣ୍ଣ
ରାଜାଙ୍କ ମନରେ ଶଙ୍କା ,
ଜଗନ୍ନାଥ ଦେବ ତୁମ୍ଭରି ସ୍ଵିକୃତ
ସେଥି ପାଇଁ ଅଧା ଗଢା ।
ବୃଦ୍ଧବେଶେ ଆସି ସାଜିଲ ବିନ୍ଧାଣି
ଚତୁର୍ଦ୍ଧା ମୂରତି ଚିନ୍ତା ,
ଏକୋଇଶ ଦିନ ନହେଲା ହେ'ପୁର୍ଣ୍ଣ
ଦୁଆର ଖୋଲିଲା ରଜା ।
ବୈଷୟିକ ଅବା ଯାନ୍ତ୍ରୀକ ନିର୍ମାଣ
ସବୁତ ତୁମ୍ଭରି ଦାନ ,
କୋଠାବାଡି ଠାରୁ ବନ୍ଧବାଡ ପୋଲ
ତୁମ୍ଭ ସ୍ପର୍ଶେ ସାଜେ ଧନ ।
ଏ' ସାରା ବ୍ରହ୍ମାଣ୍ଡ ନିର୍ମାଣ ବିଭବ
ତବ ପ୍ରସନ୍ନତା ଭାବ ,
ତୁମ୍ଭ ବିନା ଯନ୍ତ୍ରୀ ଗଢି ପାରିବନି
ସାମନ୍ୟ ଗୋଟିଏ ଖମ୍ବ ।
ବୈଦୁତିକଯନ୍ତ୍ର ସମର୍ପଣେ ହିତ
ଆଧୁନିକ ଚିତ୍ରଛବି ,
ବିଶ୍ଵକର୍ମା ସ୍ମରି ସର୍ବେ ଆଗଭରି
ସାଜନ୍ତି'ତ ଅନୁଭବି ।
ହେ' ପ୍ରଭୁ ଈଶ୍ଵର ବିଶ୍ଵର ଠାକୁର
କର ବାରେ ପ୍ରଭୁ ଦୟା ,
ଏ'ସୃଷ୍ଟି ସମ୍ଭାରେ ଆସ ସରାଗରେ
ଉଭାଷିତ ହେଵ ଛାୟା ।
