ହେ ବିଶ୍ୱନିୟନ୍ତା ବିଶ୍ୱକର୍ମା
ହେ ବିଶ୍ୱନିୟନ୍ତା ବିଶ୍ୱକର୍ମା
ହେ ବିଶ୍ୱ ନିୟନ୍ତା କୁଶଳୀ ନିର୍ମାତା
କରିନାହଁ କିଛି ଊଣା ;
ଏ ରମ୍ୟ ସୃଷ୍ଟିଟା ଭବ୍ୟ ଅଟ୍ଟାଳିକା
ସାତ ସୁରେ ବାଜେ ବୀଣା !!
କୁଶଳୀ ବିନ୍ଧାଣି ଗଢିଛକି ଜାଣି
ଜଳ ସ୍ଥଳ ବନ ଗିରି ;
ଶୂନ୍ୟ ଆକାଶରେ ଚନ୍ଦ୍ରମା'ଆ ହସେ
ମର୍ତ୍ତ୍ୟ ବାସୀ ହ୍ୱ'ନ୍ତି ଝୁରି !!
ଆ'ହେ ସୃଷ୍ଟି କର୍ତ୍ତା ସୁଦକ୍ଷ ନିର୍ମାତା
ପରମ ବ୍ରହ୍ମ ବିଶ୍ୱକର୍ମା ;;
ଆଜି ଶୁଭ ପର୍ବ ଦିଅ ଆଶୀର୍ବାଦ
ସର୍ବ ତୃଟି କରି କ୍ଷମା !!
ତୁମରି ବିଭବ ଏ ସୃଷ୍ଟି ସମୂହ
ଆହେ ପ୍ରଭୁ ବ୍ରହ୍ମା ଦେବ ;
ସପ୍ତ ସିନ୍ଧୁ ଜଳ ମିଶ୍ରିତ ଲବଣ
ଆହା କି ରହସ୍ୟ ଭାବ !
ମହାଶୂନ୍ୟ ପଥ ବାରିଧିର ମିତ
ଝରିପଡ଼େ ବସୁଧ୍ଯାରେ ;
ସବୁଜିମା ରଙ୍ଗ ମାଆର ସରାଗ
ସମର୍ପଣ ଜାଣତରେ ;
ଯନ୍ତ୍ରାଂଶ ଦେବତା ମଙ୍ଗଳ କରତା
ବୈଷୟିକ ଜ୍ଞାନପତି ;
ସର୍ବକୁଶଳରେ ପ୍ରଗତୀ ପଥରେ
ବୃଦ୍ଧି ହେଉ ଶିଳ୍ପ ଖ୍ୟାତି !!
କଳକାରଖାନା ପ୍ରଗତୀର ବାନା
ଆଧୁନିକ ପ୍ରତିପତି
ଆହେ ସର୍ଵୋଦୟ ହୁଅହେ ସଦୟ
ହସିବ ମା' ବସୁମତୀ !!
ଶିଳ୍ପୀ ଧନ ମଣି ତୁମ୍ଭରି ସନ୍ତତି
ଗଢେ ସେ କୁହୁକେ ବସା ;
ଦେବ ଦେବାଳୟ ସୁଉଚ୍ଚ ନୀଳୟ
ସବୁତ ତୁମ୍ଭରି କୃପା !!
ତଵ ପାଦ ପଦ୍ମେ ଗୁହାରି ମୁଁ କରେ
ଦିଅ ପ୍ରଭୁ ଶୁଭାଶିଷ ;
ଏଶୁଭ ଦିବସେ ହସୁ ଶିଳ୍ପୀ ସତେ
ନରହୁ ତା'ଅବୋଶୋଷ !!
ସଦାନନ୍ଦ ସାହୁ ;
ଧୁରୁଷିଆ ; ଆଠଗଡ ;କଟକ
