ହେ ବୀର ଯବାନ
ହେ ବୀର ଯବାନ
ହେ ‐ ହେ ବୀର ଯବାନ ତୁମକୁ ସାଲାମ୍
ଧନ୍ଯ ତୁମ ଦେଶ ଭକ୍ତି
ପରିବାର ପ୍ରେମ ପାଦରେ ଆଡେଇ
ବଢାଇଲ ଦେଶ ଶକ୍ତି
ବୀ ‐ ବୀର ପୁତ୍ର ଗଣ ମୋ ମାଟି ମାଆର
ଘେନ ଅଶ୍ରୁ ଶ୍ରଦ୍ଧାଞ୍ଜଳି
ମୋ ମାଟି ମାଆକୁ ଦେଇ ଯେ ସୁରକ୍ଷା
ଭୂମିରେ ପଡିଲ ଟଳି
ର ‐ ରବି ସମ ତେଜ ନେଇ ଆସିଥିଲ
ମୋ ମାଟି ମାଆର କୋଳେ
ଶତ୍ରୁକୁ ଦମନ କରିବା ପାଇଁ ଯେ
ଭୟ କଲ ନାହିଁ ତିଳେ
ଯ ‐ ଜୀବନକୁ ତୁମ ଲଗାଇଲ ବାଜି
ଅରଜିଲ କୀର୍ତ୍ତି ଯଶ
ଛାତିକୁ ଫୁଲାଇ ତୁମ ପାଇଁ ଆଜି
ଗର୍ବିତ ଆମରି ଦେଶ
ବା ‐ ବାରୁଦ-ଗୋଳାକୁ ସାମନା କରୁଛ
ହାତରେ ବନ୍ଧୁକ ଧରି
ଯୁଦ୍ଧ ଭୂମିକୁ ଯେ ଯାଉଅଛ ତୁମେ
ଜୟ ଜୟକାର କରି
ନ ‐ ନମନ ମୋ ଘେନ ହେ ବୀର ଯବାନ
ଥାଉ ହୃଦେ ଦେଶ ଭକ୍ତି
ଯାହା ଦେଇଗଲ ବଳୀଦାନ ତୁମେ
ଚିର ସ୍ମରଣୀୟ ସ୍ମୃତି
