The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Disambar Meher

Others

3  

Disambar Meher

Others

ହେ ଅଟଳ...................

ହେ ଅଟଳ...................

1 min
113


ହେ ଅଟଳ.. ତୁମ ସ୍ମୃତି ଅଟଳ

ତୁମ ପାଦତଳେ ଢାଲୁଛି ଶ୍ରଦ୍ଧାଞ୍ଜଳିର ଫୁଲ

ହେ ଅଟଳ ..ତୁମ ସ୍ମୃତି ଅଟଳ ..

ତୁମେ ଜନତାର ନେତା 

ସବୁ କର୍ମରେ ଆଗୁଆ ରାଜନେତା

ସତ୍,ଧର୍ମର ତୁମେ ଯେ ପ୍ରେରତା ।

ତୁମେ ଗର୍ବ ଭାରତର

କଥା ଥିଲା ତୁମର ସୁମଧୁର

ଜିଣୁଥିଲ ହୃଦୟ ଜନତାର

ତୁମଠି ଥିଲା କବିର ପ୍ରତିଭା 

ଦେଖାଇଥିଲେ ନୂତନ ରାଷ୍ଟ୍ରର ଆଭା 

ଆଜି ଝୁରେ ଜନମଞ୍ଚ କେତେ ଜନ ସଭା

କଥାରୁ ମିଳୁଥିଲା ଉତ୍ସାହ ପ୍ରେରଣା 

ବୁଝୁଥିଲ ଜନତାର ଦୁଃଖ ଯନ୍ତ୍ରଣା

ତୁମକୁ ନଥିଲା କିଛି ଅଜଣା

ଭାରତରତ୍ନ, ପଦ୍ମ ବିଭୂଷଣେ

କରିଥିଲା ଭାରତ ମାତା ତୁମକୁ ଭୂଷିତ

ଗର୍ବ କରେ ଜନତା, ଗର୍ବ କରେ ଭାରତ ।

ହେ ଅଟଳ, ତୁମ ସ୍ମୃତି ଅଟଳ

ତୁମ ପାଦତଳେ ଢାଲୁଛି ଶ୍ରଦ୍ଧାଞ୍ଜଳି ଫୁଲ 

ହେ ଅଟଳ, ତୁମ ସ୍ମୃତି ଅଟଳ 



Rate this content
Log in