STORYMIRROR

Ashok Moharana

Others Children

3  

Ashok Moharana

Others Children

ହାଟ

ହାଟ

1 min
190

ଧୋବ ଲୁଗାଟାକୁ ଯତନେ ପିନ୍ଧିଲେ

ଅଜା ଯିବେ ହାଟ କରି

ଆଈ ଭାଙ୍ଗିଦେଲେ ବିଡ଼ିଆ ପାନ ଟି

ଅଜା କଳେ ଦେଲେ ଜାକି।।

ହାଟରୁ ଆଣିବ ପାନ ଗୁଆ ଗୁଣ୍ଡି

ଉକୁଣୀ ମାରିବା ତେଲ

ଅଳତା ଆଣିବ ନାଲି ରଙ୍ଗ ଦେଖି

ଝଟକୁ ଥିବ ତ ପାଦ।।

ପାଦ ପାଇଁ ଯୋଡ଼େ ମଲ ଆଣିଦେବ

ପିନ୍ଧିବି ଦଶହରାରେ

ମଲ ନ ଆଣିଲେ ରୋଷେଇ ହେବନି

ଚାଲିଯିବି ବାପ ଘରେ।।

ଅଜା ହୁଁ କରି ଚଢିଲେ ତ୍ୱରିତେ 

ଯଉତୁକ ଶୂନ ଗାଡି

ଆଈ ହଲାଇଲେ ଟାଟା କଲେ

ଅଜା ବଜେଇଲେ ଘଣ୍ଟି।।

ହାଟରୁ କିଣିଲେ ଗୋଟି ଗୋଟି କରି

ମୁଣାରେ କରିଲେ ଠୁଳ

ପ୍ରବଳ ଖରାତ ଟାଇଁ ଟାଇଁ ମାରେ

ଉଛୁର ହେଲାଣି ବେଳ।।

ଭୋକ ଶୋଷରେ ତ ହଂସା ଉଡିଯାଏ

ପେଡାଲ ମାରନ୍ତି ଅଜା

କେଁ କେଁ କରି ଦଦରା ଗାଡି ଟା

ଚଙ୍କୁନି ସହଜେ ଯମା।।

ଦିଟା ବେଳକୁ ଅଜା ପହଞ୍ଚିଲେ

ଝାଳ ସର ସର ହୋଇ

ଡ଼ାକ ପକାଇଲେ ପିତଳ ନୟନା

ଆସ ପାଣି ନୋଟେ ଧରି।।

ତଣ୍ଟି ଶୁଖିଲାଣି ମୁଣ୍ଡ ବୁଲାଉଛି

ମୁଣ୍ଡେ ଦିଅ ପାଣି ଢ଼ାଳି

ନହେଲେ ମରିବି ଅଂଶୁଘାତ ରେ ତ

କେହି ନ ପାରିବେ ଜାଣି।।

ଆଈ ଧାଇଁ ଆସି କହିଲେ ହେଇ ଟି

ସେଠି ମଲ ନାହିଁ ମଲ ନାହିଁ

ମଲ ନାହିଁ ଯଦି ଦଶହରା ଥାଉ

ମଲ ନାହିଁ କଣ ପାଇଁ।।

ମଲ ନାହିଁ ସେଠି କହୁଛି ଏ ବୁଢ଼ୀ

କୁଆଡେ ଗଲା ମୋ ବାଡି

ପାଣି ପାଇଁ ମୋର ହଂସା ଉଡ଼ିଲାଣି

ମଲ ନାହିଁ କହେ ବୁଢ଼ୀ।।

ବୁଲେଇ ବୁଲେଇ ଆଈକୁ ପିଟିଲେ

ଆଈ ଗଲା ଚେତା ବୁଡି

ଦି ନୋଟା ପାଣି ଉଦରସ୍ଥ କରି

ସଷ୍ଟାଙ୍ଗ ହୋଇଲେ ପୁଣି।।

ଅଜା ହାଉଳିଲେ କଣ କଲି ଲୋ

ବୁଢ଼ୀ ଗଲା କିବା ଚାଲି

ଗରାରୁ ପାଣି ଟା ଢାଳିଦେଲେ ଅଜା

ଆଈ ଉଠେ ଝାଡ଼ି ହୋଇ।।

ଭୋକ ଉପାସରେ ଉଡ଼ିଗଲା ହଂସା

ବୁଦ୍ଧି ଶୁଦ୍ଧି ହେଲା ନାଶ

ବୁଝିପାରିଲିନି ତୁମ କଥା ପରା

ହେଲି କାନ ଧରି ଉଠୁବସ।।

ଆଈ ହସିଦେଲେ ମୁରୁକୁ ହସା ତ

ଅଜା ହେଲେ କିରିକିରି

ଗାମୁଛା ଭିତରୁ ମଲ ହାତେ ଦେଲେ

ଆଈ ମନ ଭାରି ଖୁସି।।


  • ବିଦ୍ର:ମଲ ପାଦରେ ପିନ୍ଧା ଯାଉଥିବା ଏକ ଗହଣା 


Rate this content
Log in