ହାଟ
ହାଟ

1 min

213
ସାତ ଦିନେ ଥରେ ବସିଥାଏ ହାଟ
କେଉଁଠି ବା ଦୁଇ ଥର
କେତେ ରକମର କିଣାବିକା ହୁଏ
କାହାକୁ ନ ଥାଏ ତର ।
କୁଲା ବାଉଁଶିଆ, ପ୍ଲାଷ୍ଟିକ୍ ଦରବ
ଖଟ,ପିଢା ଆଉ ଶିକା
ପନିପରିବା ଠୁଁ ଲୁଗାପଟା ଯାଏ
ସବୁ ହୁଏ ସେଠି ବିକା
ନିଜ ଦରବର ଗୁଣଗାନ କରି
ଡକା ପାରନ୍ତି ବିକ୍ରେତା
ମୂଲଚାଲ କରି ଭଲମନ୍ଦ ଦେଖି
କିଣୁଥାନ୍ତି ସବୁ କ୍ରେତା ।
ହାଟୁଆ ବାଟୁଆ ଯେଝା ବାଟେ ଯିଏ
ଯାଇଥାନ୍ତି ନିଜ ଘର
ହାଟର ସଂପର୍କ କିଛି କ୍ଷଣ ପାଇଁ
ସମସ୍ତେ ଏଠାରେ ପର ।
କିଛି ସମୟର କୋଳାହଳ ପରେ
ନୀରବତା ଯାଏ ଛାଇ
ଅପେରା ସରିଲେ ଯାତ୍ରା ପେଣ୍ଡାଲଟା
ମାରୁଚି ସତେ କି ହାଇ ।