ହାଟ
ହାଟ

1 min

156
ସପ୍ତାହରେ ଏଠି ଦୁଇ ଥର ଭାଇ
ବସେ ଆମ ଗ୍ରାମ ହାଟ
ଜୀବନ ଜୀବିକା ଯୋଗାଇ ଦିଏ ସେ
ଦେଖାଏ ସଭିଙ୍କୁ ବାଟ ।
ଆସନ୍ତି ହାଟକୁ ଆଖ ପାଖ ଲୋକ
ସଉଦା କରିବା ପାଇଁ
ଭିନ୍ନ ଭିନ୍ନ ଦ୍ରବ୍ୟ କିଣିକି ନିଅନ୍ତି
ଆନନ୍ଦ ଉଲ୍ଲାସ ହୋଇ ।
କୃୃୃଷି ଜାତ ଦ୍ରବ୍ୟ ଧରିଣ କୃଷକ
ଖୁସିରେ ହାଟକୁ ଆସେ
ପରିଶ୍ରମ ଫଳ ପାଇଗଲେ ସିଏ
ଚଳିଯାଏ ନିଜ ବାସେ ।
ବ୍ୟବସାୟୀ ମାନେେ ବେପାର ପାଇଁକିି
କରନ୍ତି କେତେ ଯୋଜନା
କିିିଣା ବିକା କରି ଉପାର୍ଜିତ ଅର୍ଥେ
ପୋଷନ୍ତି ପେଟ ଆପଣା ।