STORYMIRROR

Prasanta kumar Hota

Others

3  

Prasanta kumar Hota

Others

ହାଟ

ହାଟ

1 min
197

ମନ କହୁଥିଲା ବୁଲି ଆସିବି କି 

ଆଜି ପରା ଆମ ଗାଁଆ ହାଟ ପାଳି

ସନା କହୁଥିଲା ମନା ଲୋ ଏଇଠି

କୋରନା ଆସିଛି ଦେଉଛି ଗିଳିI ।


କହିବେ ସରବେ କେତେ ମତିମନ୍ଦ

ବୁଝି ନପାରିକି ଦେଖାଇବେ ଛନ୍ଦ

ହାଟ ବୁଲି ଆସେ ସାହସୀ ଯିଏ

ବିନା କାରଣର ମୁଁ ମଣିଷ ଟିଏ !!


ମନ ଚାହୁଁଥିଲା ହାଟ ବୁଲିବାକୁ 

ବେସୁରା ରାଗିଣୀ ଆସିଲା ମନକୁ

କେମିତି ବୁଝାଇ କହିବି ତାହାକୁ

କାହୁଛି ମୋତେ ସେ ଲୋକହସା ହେବୁ


ମନ ଭାବୁଥିଲା ହାଟ ବୁଲିବାକୁ 

ମୁହଁରେ ବାନ୍ଧିଲି ବଡ ରୁମାଲକୁ

ଧରିଲି ହାତରେ ସାନି ଟାଇଜର 

ହାଟ ମଧ୍ୟେ ଆଉ ରହିବନି ଡର। 


ମନରେ ଚିନ୍ତନ ମହାମାରୀ ଭୟ

ହାଟ ପଶୁ ପଶୁ ଦେଖିଲି ବିଗ୍ରହ

ପାଇ ଭକ୍ତିଭାବ କଲି ଆରାଧନା

ଯିବ କି ଏ ଭୟ ଜଗତୁ କୋରନା। 


ମନ ଦେଖୁଥିଲା ହାଟ ଗହଳିରେ

କିଣାବିକା ଚାଲେ ସବୁ ତ ଏଠାରେ 

କାହାର ଦୂରତା କେ ଅବା ଦେଖୁଛି 

ସବୁ ସାତପର ଭେଳିକି ଲାଗୁଛି ।


ମନ ଚାହୁଁଥିଲା ଯିବାକୁ ହାଟକୁ

ଡର ପଶିଗଲା କୋରନା ଭୟକୁ

ଯେତେ ମିଛ ମାୟା ହେଲେ ବି ଶରୀର 

ଯାଉ ନାହିଁ ମୋହ ହାଟ ବଜାରର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍