ହାତ ଧରିଥିଲି ଯାହାର
ହାତ ଧରିଥିଲି ଯାହାର
ନୂଆ ନୂଆ ଦିନେ ଲାଗୁଥିଲା ଯାହା
ଆଜି କାଇଁ ଲାଗେ ସେ' ପୁରୁଣା
ଵେକ ଖାଲି ପଡ଼ିଅଛି ଏଠି ଵଦଳି ଗଲାଣି ଗହଣା
ପୁରୁଣା ହେଲେ ନିଜ ମଣିଷ
ମଳ୍ଳିରୁ ଉଡ଼ି ଯାଏ ତା' ଵାସ
କେଵେ କମିଵ ନାହିଁ ସ୍ନେହ, ମମତା
ରହିଥିଵ ଚିରନିରନ୍ତର , ସ୍ନେହ ତା' ପାଇଁ ଅମର
ଗହଳିରେ ହାତ ଛାଡି ସେ' ଦେଲା ,ହାତ ଧରି ଥିଲି ଯାହାର ।
ଉଚ୍ଚ ପରଵତ ଦୂରକୁ ସୁନ୍ଦର
ନଣ୍ଡା ପରଵତ କେଵେ ନୁହେଁ କାହାର
ଭରସା କରି ଥିଲି ଯାହାକୁ
ସିନ୍ଦୂର ଵେପାରୀ ଵୁଝିଲାନି ମୋ' ମନକୁ
ଵେପାରୀ ହେଇ ଲାଭ ଦେଖିଲା
ଖାଇବା ଥାଳିକୁ ଫିଙ୍ଗି ସେ' ଦେଲା
କେବେ କମିଵ ନାହିଁ ସ୍ନେହ, ମମତା
ରହିଥିଵ ଚିରନିରନ୍ତର , ସ୍ନେହ ତା' ପାଇଁ ଅମର
ଗହଳିରେ ହାତ ଛାଡ଼ି ସେ' ଦେଲା , ହାତ ଧରି ଥିଲି ଯାହାର ।
ମନ୍ଦିର ସାକ୍ଷୀ ସେ' ମଣ୍ଡପ ସାକ୍ଷୀ
ଦରକାର ବେଳେ ସଭିଏଁ ଵନ୍ଦ କରନ୍ତି ଆଖି
ଯାହାକୁ ନିଜର ଭାଵି ଖୋଜିଲେ
ଆପଣା ଲୋକଵି ପର କରି ଦେଲେ
ଫୁଲ ରୁ ମହୁ ଥିବା ଯାଏଁ
ଭଁଅର ଏକା ତାର
ମହୁ ସରିଗଲା ପରେ ଏ' ଭଁଅର ଆଉ ନୁହେଁକାହାର
କେଵେ କମିଵ ନାହିଁ ସ୍ନେହ, ମମତା
ରହିଥିଵ ଚିରନିରନ୍ତର, ସ୍ନେହ ତା' ପାଇଁ ଅମର
ଗହଳିରେ ହାତ ଛାଡି ସେ' ଦେଲା, ହାତ ଧରି ଥିଲି ଯାହାର ।
