STORYMIRROR

Anam Charan Sahoo

Others

4  

Anam Charan Sahoo

Others

ହାରିବା ଜାଣିନି

ହାରିବା ଜାଣିନି

1 min
217


ବିନା ବିରାମରେ କରମ ଯେ କରେ

ସେହି ସିନା ଏକା ସୁଖୀ

ବସିକି ଖାଇଲେ ନଈବାଲି ସରେ

ଜୀବନେ ହୁଅଇ ଦୁଃଖୀ।

ଆଜି ଯେଉଁ ଜାତି ସଂସାରେ ବଞ୍ଚିଛି

ସଂଘର୍ଷ କରି ସିନା

ବିନା ସଙ୍ଘର୍ଷରେ କିଛିବି ନ ମିଳେ

ଜୀଇଁବା ତା ପାଇଁ ମନା।

କେତେ ବଳଶାଳୀ ଜୀବଜନ୍ତୁ ପୁଣି

ଧରାକୁ ଦେଇ ବିଦାୟ

ନିଶ୍ଚିହ୍ନ ଜାତିରେ ନାମ ଲେଖିଗଲେ

ଏଥିପାଇଁ ନିଜେ ଦାୟ।

ଚାରିଧାମ ନାଥ ପ୍ରଭୁ ଜଗନ୍ନାଥ

ଯବନଙ୍କ ଭୟ ପାଇ

କେବେ ସେ ପାତାଳୀ କେବେ ଦୃଶ୍ୟ ପୁଣି

ସର୍ବ ଶକ୍ତିମାନ ହୋଇ।

ଓଡ଼ିଆ ଜାତିର ଜୀବନ ସଂଗ୍ରାମ

ନ' ଅଙ୍କ ଦୁର୍ଭିକ୍ଷରେ

କେତେ ବନ୍ୟା ବାତ୍ୟା ଆସଇ ଅଗତ୍ୟା

ତଥାପି ଠିଆ ମହୀରେ।

ହାରିବା ଜାଣିନି ଏ ଓଡ଼ିଆ ଜାତି

ଲକ୍ଷ୍ମୀ ନାରାୟଣ ସାହା

କଳା ପରମ୍ପରା ସଂସ୍କୃତି ସାହାରା

ସବୁଠୁ ସୁନ୍ଦର ଗାଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍