ହାପି ହୋଲି
ହାପି ହୋଲି
ସକାଳୁ ସକାଳୁ ମନଟା କାହିଁକି
ହୁଏ କିଲିବିଲି
କରୋନାର ଅତ୍ୟାଚାର ଭିତରେ ବି
ପାଳିବାକୁ ଇଚ୍ଛା ହୁଏ ହାପି ହୋଲି ll
ଆକାଶ ନିଃଷ୍ପ୍ରଭ ପବନ ବି ନିଷ୍ପ୍ରଭ
ନାହିଁ ସାତ ରଙ୍ଗର ମେଲି
କରୋନା ବାବୁଟା ଡରେଇ ରଖିଛି
ତଥାପି କହିବାକୁ ଇଚ୍ଛା ହାପି ହୋଲି ll
ସେ କରୋନାକୁ ଟିକେ ସତର୍କ ରହିକି
ଖେଳିବାରେ ମନ ଖୋଲି
ସ୍ନେହ ଭଲପାଇବା ରଙ୍ଗରେ ଭିଜିବା ଝୁମିବା
ହାପି ହୋଲି ହାପି ହୋଲି।
ସ୍ନେହ ଦୟା ପ୍ରେମ ମାନବିକତାର
ରଙ୍ଗ ଦେହେ ହେବା ବୋଳି
ମାନ ଅଭିମାନ ଭୁଲିଯିବା ବାବୁ
ହାପି ହୋଲି ହାପି ହୋଲି ll
ବରଷକେ ଥରେ ଆସିଛି ହୋଲି
ରଙ୍ଗ ପସରା ନେଇ
ମିଳିମିଶି ସବୁ ଆନନ୍ଦ ହୁଅରେ
ଜୀବନକୁ ରଙ୍ଗେଇ ଦେଇ ll
କହୁ କହୁ କହିଦେଲି
ସଭିଁଙ୍କୁ ମୋ ତରଫରୁ ହାପି ହୋଲି ll