STORYMIRROR

Biswajit Sahoo

Others

3  

Biswajit Sahoo

Others

ଗୁରୁଙ୍କ ଗାରିମା

ଗୁରୁଙ୍କ ଗାରିମା

1 min
896

ଦୀପଟିଏ ପରି ନିଜେ ଜଳି ଜଳି

ଜଳାଅ ଅନେକ ଦୀପ,

ସେହି ଆଲୋକରେ ଦୂର ହୋଇଥାଏ

ଅନ୍ଧାରର ସବୁ ଛାପ।

ସମ୍ପୂର୍ଣ୍ଣ ଜୀବନ କରି ସମର୍ପଣ

କରୁଥାଅ ଶିକ୍ଷାଦାନ,

ପ୍ରତିବଦଳରେ କିଛି ଚାହଁ ନାହିଁ

ଧନ୍ୟ ତୁମ ସ୍ଵାଭିମାନ।

ଜୀବନ ଯାତ୍ରାର ପଥ ପ୍ରଦର୍ଶକ

ଆଦର୍ଶର ଦୃୃ଼ଢ ସ୍ତମ୍ଭ,

ତୁମରି ତନୁୁ୍ରେ ଦୃଶ୍ୟମାନ ହୁଏ

ତ୍ରିଦେବଙ୍କ ପ୍ରତିବିମ୍ବ।

ଦୟା କ୍ଷମା ଆଦି ଗୁଣରେ ଭୂଷିତ

କରୁଣାର ପ୍ରତିମୂର୍ତ୍ତି,

ଚରଣ ଯାହାର ମୁକ୍ତିର ମାଧ୍ୟମ

ପୂଜା ହୋଇଥାଏ ନିିିତିି।

ଯାହାଙ୍କୁ ଦେଖିଲେ ମୁୁଣ୍ଡ ନଇଁ ଯାଏ

କୃତଜ୍ଞତା ସହକାରେ,

ସାର୍ଥକ ହୋଇଛି ଜୀବନ ମୋହର

ଯାହାଙ୍କର କରୁୁଣାରେ।

ଗୁରୁଙ୍କ ମହିମା ଗୋଟିଏ ଦିନରେ

ବର୍ଣ୍ଣିବା ସମ୍ଭବ ନୁହେଁ,

ସେ ଗୁଣ ଗାରିମା ଗାଉ ଗାଉ ବୋଧେ

ଯୁଗ ଯୁଗ ଲାଗିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍